୫୧ଟି ସ୍ମାର୍ଟଫୋନ ହସ୍ତାନ୍ତର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ପୋଲିସ୍ ଅଧୀକ୍ଷକ ଡ ଏସ ବିବେକ ଏମଙ୍କ ଦ୍ଵାରା ଜିଲ୍ଲା କାର୍ଯ୍ୟାଳୟରେ ଆଇଫୋନ୍ ସମେତ ମୋଟ ୫୧ଟି ସ୍ମାର୍ଟଫୋନ୍ ସମଗ୍ର ଜିଲ୍ଲାର ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି | ଏକ ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଥିଲା l ପୋଲିସ ୫୧ଟି ମୋବାଇଲ୍ ପୁନରୁଦ୍ଧାର କରିବାରେ ସଫଳ ହୋଇଛି l ମୋବାଇଲ୍ ଫୋନ୍ ଗ୍ରହଣ କରିଥିବା ନାଗରିକମାନେ ଗତ ୩ମାସ ମଧ୍ୟରେ ବିଭିନ୍ନ ସମୟରେ ସାଇବର ପୋଲିସ୍ ଷ୍ଟେସନରେ ହଜିଥିବା ଅଭିଯୋଗ କରିଥିଲେ। ସେମାନଙ୍କ ମଧ୍ୟରେ ଛାତ୍ର, କ୍ଷୁଦ୍ର ବ୍ୟବସାୟୀ, ଶିକ୍ଷକ, ଡ୍ରାଇଭର ଏବଂ ବେସରକାରୀ ଏବଂ ସରକାରୀ କର୍ମଚାରୀ l

You might also like
error: Content is protected !!