କଂଗ୍ରେସର ଶସ୍ତା ରାଜନୀତି:ବିଜେପିର ନିନ୍ଦା

ବ୍ରହ୍ମପୁ(ରାଜେନ୍ଦ୍ର ସାହୁ):-

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଚାଲିଛି l ୨୦୦ କୋଟି ଟଙ୍କାର ଅନୁଦାନ ଦେଇ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ବିକାଶ ଦିଗରେ କାର୍ଯ୍ୟରତ ରହିଛି l ଅନ୍ୟପଟେ କଂଗ୍ରେସ ଦଳର ବିଧାୟକ ରମେଶ ଜେନା ଅଣଛାତ୍ର ମାନଙ୍କୁ ନେଇ ସେଠାରେ ବିଶୃଙ୍ଖଳିତ ବାତାବରଣ ତିଆରି କରିବା ପାଇଁ ପ୍ରୟାସକୁ ବିଜେପି ନିନ୍ଦା କରିଛି l ହିଲପାଟଣା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ “ସାମ୍ବାଦିକ ସମ୍ମିଳନୀରେ ଏହାକୁ ନେଇ ” ଦୃଢ଼ ନିନ୍ଦା କରାଯାଇଛି । ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଘଟିଥିବା ଛାତ୍ର ଅଶାନ୍ତି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ଜେନା ସେଠାରେ ପହଞ୍ଚି ଯେଉଁପରି ଭାବରେ ରାଜ୍ୟ ସରକାର ଓ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଦେଲେ ଜିଲ୍ଲା ବିଜେପି ତାକୁ ଦୃଢ଼ ନିନ୍ଦା କରିଛି । ଛାତ୍ର ମାନଙ୍କ ମଧ୍ୟରେ କୌଣସି କାରଣରୁ ହୋଇଥିବା ବିବାଦର ସମାଧାନ କରିବାକୁ ଉଦ୍ୟମ କରିବା ଜଣେ ଦାୟିତ୍ଵ ସମ୍ପର୍ଣ୍ଣ ନେତାଙ୍କ କାର୍ଯ୍ୟ l ବିଧାୟକ ଶ୍ରୀ ଜେନା ତାହା ନକରି ଗୋପାଳପୁର ବେଳାଭୂମି ଗଣ ଦୁଷ୍କର୍ମ ଘଟଣାରେ ନଅ ଲକ୍ଷ ଟଙ୍କା କାରବାର ହୋଇଛି l ଏବଂ ଖଣି, ବାଲି, ମୋରମ ଚୋରୀ ହେଉଥିବା କଥା ଅଭିଯୋଗ କରିଛନ୍ତି l ଯାହା ଶସ୍ତା ରାଜନୀତିକୁ ପରିପ୍ରକାଶ କରୁଛି । ମୋହନ ମାଝୀଙ୍କ ସରକାରରେ ଅପରାଧି କେତେ ଶକ୍ତିଶାଳୀ ହେଉନା କାହିଁକି ଆଇନ୍ ହାତରୁ ଖସି ଯାଇପାରିବ ନାହିଁ । ଗୋପାଳପୁର ଦୁଷ୍କର୍ମ ଘଟଣାରେ ଚବିଶି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ୪୫ ଦିନ ମଧ୍ୟରେ କୋର୍ଟରେ କ୍ରାଇମ ବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି । ବିଧାୟକ ଶ୍ରୀ ଜେନାଙ୍କ ପାଖରେ ଯଦି ଟଙ୍କା କାରବାରର କୌଣସି ପ୍ରମାଣ ଅଛି ତେବେ ସେ ତାକୁ ପୁଲିସରେ କାହିଁକି ଅଭିଯୋଗ କରୁନାହାଁନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି l ଜିଲ୍ଲାରେ ଚୋରା ବାଲି, ମଦ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସରକାର କାହାକୁ ଛାଡିବେ ନାହିଁ l ଏଣୁ ଶସ୍ତା ଲୋକପ୍ରିୟତା ପାଇଁ ବିଧାୟକ ଶ୍ରୀ ଜେନା ଲୋକଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରନ୍ତୁ ବୋଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି, ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା,ସୁନିଲ କୁମାର ସାହୁ,ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ନେତୃବୃନ୍ଦ “ସାମ୍ବାଦିକ ସମ୍ମିଳନୀରେ” ପ୍ରକାଶ କରିଛନ୍ତି l

You might also like
error: Content is protected !!