ଖୋର୍ଦ୍ଧ,(ସଞ୍ଜୀବ କୁମାର):-
ପାର୍ବଣ ଲାଗି ସାଜସଜ୍ଜା ହେବ କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । ଏ ସମ୍ପର୍କୀତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପୂଜାରେ ୬୫ ଡେସିବଲରୁ ଅଧିକ ଶବ୍ଦ ଯେପରି ଉତ୍ପନ୍ନ ନହେବ, ସେନେଇ ଉଭୟ କଟକ ଜିଲ୍ଲାପାଳ ଏବଂ ଡିସିପି ନଜର ରଖିବେ ବୋଲି ହାଇକୋର୍ଟ କହିଛନ୍ତି ।କେବଳ ୪ଟି ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ଅନୁମତି ମିଳିବ ଏବଂ ରାସ୍ତା ଉପରେ ତୋରଣ ନିର୍ମାଣ ଲାଗି ମନା କରାଯାଇଥିବା ବେଳେ ଇଲେକ୍ଟ୍ରିକ ଗେଟ୍ ନିର୍ମାଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।ତେବେ ପୂଜା ଲାଗି ଗେଟ୍ ନିର୍ମାଣ ପାଇଁ ନିର୍ଦ୍ଧିଷ୍ଟ ସର୍ତ୍ତ ରହିବ । ଯାହା ଉପରେ ତୁରନ୍ତ ନିଷ୍ପତ୍ତି ନେଇ ଜିଲ୍ଲାପାଳ ଏନେଇ ସମସ୍ତ ପୂଜା କମିଟି ମାନଙ୍କୁ ଅବଗତ କରାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।