ବିଜେଡି ଏସପିଙ୍କୁ ଭେଟିଲା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଗତ ବୁଧବାର ସନ୍ଧ୍ୟା ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇଥିଲା l କିଛି ଅଣ ଛାତ୍ର ପ୍ରବେଶ କରିଥିଲେ l ବିଶ୍ୱବିଦ୍ୟାଳୟର ଛାତ୍ର ମାନଙ୍କ ଉପରେ ମାରଣlତ୍ମକ ଆକ୍ରମଣ ହୋଇଥିଲା l ଏହାର ଉଚ୍ଚିତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜୁ ଯୁବ ଛାତ୍ର ଜନତା ଦଳ,ବ୍ରହ୍ମପୁର ଏବଂ ଗଞ୍ଜାମ ତରଫରୁ ବ୍ରହ୍ମପୁର ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି l ବିଭିନ୍ନ ଦାବି, ବିଶ୍ଵବିଦ୍ୟାଳୟ ଫାଟକରେ ପୋଲିସର କଡ଼ା ନଜର,ସନ୍ଧ୍ୟା ପରେ ବାହାର ଲୋକଙ୍କ ପ୍ରବେଶ ମନା, ପରିଚୟ ପତ୍ର ଦେଖିବା, ଯେଉଁ ମାନେ ନିୟମ ମାନୁ ନାହାଁନ୍ତି ସେମାନଙ୍କ ବିରୁଦ୍ଧରେ କlର୍ଯ୍ୟାନୁଷ୍ଠାନ କରାଯିବା ଦାବି କରାଯାଇଛି l ବିଜୁ ଛାତ୍ରଜନତା ଦଳର ସଭାପତି ଜ୍ୟୋତିରଞ୍ଜନ ସାହୁ,ଭବାନୀ ଶଙ୍କର ସାହୁ,ଅଜିତ କୁମାର ପଣ୍ଡା,ପ୍ରଶାନ୍ତ କୁମାର ପଣ୍ଡା,ଶୋଭନ କୁମାର ନାୟକ ସମେତ ଅନ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ l

Smart Computer Ad
You might also like
error: Content is protected !!