ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ _ସଦଚାର ଓ ପାରଦର୍ଶିତା ବୃଦ୍ଧି ପାଇଁ ସତର୍କତା ସଚେତନତା ସେମିନାର

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଖୋର୍ଦ୍ଧା ରୋଡ଼, 20 ଅଗଷ୍ଟ 2025 _ସତର୍କତା ସଚେତନତା ସପ୍ତାହ 2025 ପାଳନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଏକ ସେମିନାର ଆୟୋଜିତ ହୋଇଯାଇଅଛି ଯାହା ରେଳ ପ୍ରଶାସନରେ ସଦଚାର ଓ ପାରଦର୍ଶିତାର ବିକାଶ କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ହୋଇଥିଲା ।ସେମିନାରରେ ରେଳବିଭାଗର ସ୍ୱାସ୍ଥ୍ୟ (Medical), ଭଣ୍ଡାର (ଷ୍ଟୋରସ) ଓ ଲେଖା (ଆକାଉଣ୍ଟସ୍ ) ବିଭାଗ ସହିତ ସଂପୃକ୍ତ ବିଜିଲାନ୍ସ ସମସ୍ୟାବଳୀ ଉପରେ ଆଲୋଚନା ହୋଇଥିଲା । ଏହି ଆୟୋଜନ ମାଧ୍ୟମରେ ଏକ ନୀତିନିଷ୍ଠା, ଦାୟିତ୍ୱବୋଧ ଓ ନୀତିଗତ ଆଚରଣ ଭିତ୍ତିକ ସଂସ୍କୃତି ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି ।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ ଯୋଗଦାନ କରି ସତର୍କତା ସମ୍ବନ୍ଧରେ ତାଙ୍କର ଅନୁଭବ ଓ ଅନୁପ୍ରେରଣାଦାୟକ ମତ ବ୍ୟକ୍ତ କରିଛନ୍ତି । ଶ୍ରୀ ମଣ୍ଡଳ କହିଛନ୍ତି ଯେ, ସୁଶାସନ ଓ କ୍ଷମତାଶୀଳ ସେବା ପ୍ରଦାନ ପାଇଁ ସତର୍କତା ଅତ୍ୟନ୍ତ ଆବଶ୍ୟକ ଉପାଦାନ । ସ୍ୱାସ୍ଥ୍ୟ (Medical), ଭଣ୍ଡାର (ଷ୍ଟୋରସ) ଓ ଲେଖା (ଆକାଉଣ୍ଟସ୍ ) ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଓ ନିଜ ମତ ପ୍ରକାଶ କରିବା ସହ ସ୍ଵଛ ସୁଶାସନ ପାଇଁ ସେମାନଙ୍କର ମତ ରଖିଥିଲେ ।ସତର୍କତା ସଚେତନତା 2025 କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆୟୋଜିତ ସେମିନାରକୁ ପୂର୍ବତଟ ରେଳପଥ ଉପମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ରମେଶ କାମିନି ପରିଚାଳନା କରିବା ସହ ସମସ୍ତ ବିଭାଗରେ ସ୍ୱଚ୍ଛତା ଓ ପ୍ରତିଷେଧକ ସଜାଗତାର ଉନ୍ନତି ଆଣିବା ପାଇଁ ଦୃଢ଼ ମତ ରଖିଥିଲେ ।ଏହି ପ୍ରୟାସ ରେଳ ମଣ୍ଡଳରେ ସଦଚାର, ପାରଦର୍ଶିତା ଓ ଦାୟିତ୍ୱବୋଧ ର ମୂଳ୍ୟବୋଧ କୁ ସୁଦୃଢ କରିବା ପ୍ରତି ଖୋର୍ଦ୍ଧାରୋଡ୍ ମଣ୍ଡଳର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରିଛି ।

You might also like
error: Content is protected !!