ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
କୋର୍ଟ ପରିସରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶକ୍ରମେ ଏହା ଅନୁଷ୍ଟିତ ହୋଇଛି l ସଚିବ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ ବୁଧବାର ଗଞ୍ଜାମ ଜିଲ୍ଲା କୋର୍ଟ ଅଧିନସ୍ଥ ରିଜୋନାଲ ଜୁଡ଼ିସିଆଲ ଏକାଡେମୀ ପରିସରରେ ପେନେଲ ଓକିଲ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ହୋଇଯାଇଛି l ଏହି ଶିବିରରେ ମୋଟ ୩ ଟି ସେସନ ରହିଥିବାବେଳେ ୧୨ ଟି ବିଷୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ବନ୍ଧୀୟ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ସଚିବ ଶ୍ରୀ ନାୟକ ଏବଂ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଟି.କେ ରେଡ୍ଡୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ବହୁ ପେନେଲ ଓକିଲ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି l