ଚଳିତ ବର୍ଷ ଜଟଣିରେ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ସାଜିବ ରେତଙ୍ଗ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଚଳିତ ବର୍ଷ ଜଟଣିରେ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ସାଜିବ ରେତଙ୍ଗ କଲୋନି ଫ୍ରେଣ୍ଡସ କ୍ଲବ ର ଗଣେଶ ପୁଜା।ସବୁ ବର୍ଷ ପରି ଏଥର ନୁଆ ପରିକଳ୍ପନା ନେଇ ତୋରଣ ଓ ଗଣେଶ ମୁର୍ତ୍ତି ପ୍ରସ୍ତୁତ କରୁଛନ୍ତି ପୁଜା କମିଟି କତୃପକ୍ଷ।ଏଥର ଆକର୍ଷଣ ରେ ରହିବ ଓଡିଶାର ଐତିହାସିକ କଳିଙ୍ଗର ଗାଥା ତଥା ଚଣ୍ଡାଶୋକ ରୁ ଧର୍ମାଶୋକ କୁ ପ୍ରଭାବିତ ହୋଇ ଗୋତମ ବୁଦ୍ଧଙ୍କ ର ଗାଥା।କାରଣ ଏଥର ପୁଜା କମିଟି ପ୍ରସ୍ତୁତ କରୁଛନ୍ତି ଗୋତମ ବୁଦ୍ଧଙ୍କ ଅବତାରରେ ବିଶାଳ କାର ଗଣେଶ ମୁର୍ତ୍ତି।ଯାହାର ଉଚ୍ଚତା ୧୫ଫୁଟ ସହିତ ଓସାର ମଧ୍ୟ ୧୦ଫୁଟରୁ ଉର୍ଧ ରହିବ।କଳିଙ୍ଗର ଏହି ପରମ୍ପରାକୁ ଉଜ୍ଜୀବିତ ଓ ଓଡ଼ିଆ ଙ୍କ ମନରେ ଚଣ୍ଡାଶୋକ ରୁ ଧର୍ମାଶୋକ ର ସେହି ଐତିହାସିକ କାହାଣିକୁ ଚିର ସବୁଜ ଉଜିବିତ ପାଇଁ ଏଭଳି ନିଷ୍ପତି ନେଇଛନ୍ତି ପୁଜା କମିଟି କତୃପକ୍ଷ।ଏଥି ସହ ପୁଜା ଆହୁରି ଆକର୍ଷଣୀୟ କରିବା ପାଇଁ ଏଥର ତୋରଣ ରେ ଆକର୍ଷଣ ସାଜିବ ତିବତିଆନ ରାଜରାଜୁଡା ସମୟର ଢାଚାର ଏକ ତୋରଣ ବା ଗେଟ୍ ଯାହାକି ଲୋକଙ୍କୁ ମନମୁଗ୍ଧ କରିବ ।ବିଶେଷ କରି ଆଲୋକ ମାଳାର ରଙ୍ଗିନ ଆଲୁଅରେ ଏହି ତୋରଣ ଟି ବହୁ ଦୁର ପର୍ଯନ୍ତ ଦୃଶ୍ୟ ମାନ ସହ କିପରି ଲୋକଙ୍କୁ ଅଧିକ ଆକୃଷ୍ଟ କରିବ ସେ ଦିଗରେ ମଧ୍ୟ ପୁଜା କମିଟି ଧ୍ୟାନ ଦେଇଛନ୍ତି।ତା ସହିତ ଛୋଟ ପିଲାଙ୍କ ପାଇଁ ଏକ ବୁଦ୍ଧ ପାର୍କ ସହ ଯେଉଁଠି ଏକ ଚିତ୍ର ଅଙ୍କନ ପ୍ରତିଯୋଗିତା ମଧ୍ୟ କରାଯିବ।ବିଭିନ୍ନ ଅଞ୍ଚଳର ପିଲା ଭାଗ ନେଇ ନିଜ ନିଜ ଗୁଳିରେ ମୁକ୍ତ କାରିଗରି ର କଳାରେ ସେମାନଙ୍କର ପରିକଳ୍ପନାକୁ ଆଙ୍କିବାର ସୁଯୋଗ ପାଇବେ। ଲୋକଙ୍କ ସୁଗମ୍ୟ ଯାତ୍ରା ଓ ପୁଜା ଦର୍ଶନ ଓ ପ୍ରସାଦ ସେବନ ପାଇଁ ମଧ୍ୟ ବ୍ୟବସ୍ଥା ସହ ।ଶୂଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ସ୍ଥାନୀୟ ପୋଲିସ ଓ ପୁଜା କମିଟି ମଧ୍ୟରେ ନିଷ୍ପତି ନିଆଯାଇଛି।ଏଥି ସହ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସିସିଟିଭି ସର୍ଭିଲାନସ ସହ ଭଲ୍ୟୁଣ୍ଟର ମାନେ ମଧ୍ୟ ସଜାଗ ରହିବେ ।ଏପରିକି ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ ଭାବେ ଦର୍ଶନ ଓ ସୁବିଧା ପାଇଁ ପୁଜା କମିଟି ଏଥର ଏକ ସ୍ବତନ୍ତ୍ର ନିଷ୍ପତି ନେଇଛି।ଯେପରି କୋଣସି ଅଞ୍ଚଳ ଅନ୍ଧକାର ନ ରହିବ ଚାରିଆଡ଼େ ଆଲୋକିକରଣ ଓ ପାଖ ଆଖରେ ଖାଦ୍ୟ ବିକ୍ରି ବା ଦୋକାନ ମାନଙ୍କୁ ହାନିକାରକ ରଙ୍ଗ ଯୁକ୍ତ ଖାଦ୍ୟ ନ ବିକିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।ଲୋକଙ୍କ ସ୍ବାସ୍ଥ୍ୟ ସେବା କୁ ଦୃଷ୍ଟିରେ ରଖି ଷ୍ଟ୍ରେଚର ଓ ଫାଷ୍ଟ ଏବଂ କିଟ ମଧ୍ୟ ପୁଜା କମିଟି ପାଖରେ ରଖାଯିବ।

You might also like
error: Content is protected !!