ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବ୍ରହ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର ଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଦୁଇଗୋଟି ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ତା ୨ ୦ ଅଗଷ୍ଟ ୨୦୨୫ ରିଖ ରେ ବ୍ରହ୍ମପୁର ଉପଖଣ୍ଡ ର ଚିକିଟି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଏବଂ କେ ନୂଆଗାଁ ପଂଚାୟତ ର ସମ୍ମିଳନୀ କକ୍ଷରେ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ଆୟୋଜିତ ସାକ୍ଷରତା ଶିବିରରେ ବ୍ରହ୍ମପୁର ଡିଭିଜନର ଆସିଷ୍ଟାଣ୍ଟ ସୁପେରିଟେଣ୍ଡ ଅଫ୍ ପୋଷ୍ଟ, ଶ୍ରୀଯୁକ୍ତ ଲଲାଟେନ୍ଦୁ କେଶରୀ, ବ୍ରହ୍ମପୁର ସିନିୟର୍ ବ୍ରାଞ୍ଚ ମ୍ୟାନେଜର୍ ଅଫ୍ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଶ୍ରୀଯୁକ୍ତ ସମ୍ପତ ଭେଙ୍କଟ ରମଣ୍, ପୋଷ୍ଟାଲ୍ ଲାଇଫ୍ ଇନସୁରାନ୍ସ ଡେଭେଲପମେଣ୍ଟ ଅଫିସର ଶ୍ରୀ ରୁଦ୍ର ଶଙ୍କର ସାହୁ , ସ୍ଥାନୀୟ ପଂଚାୟତ ନିର୍ବାହୀ ଅଧିକାରୀ ବି ବନମାଳୀ ରାଓ ଅତିଥି ଭାବେ ଯୋଗ ଦେଇଥିଲେ I ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା , ସୁରକ୍ଷିତ ସଞ୍ଚୟ , ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ବୀମା ,ପୋଷ୍ଟ ପେମେଣ୍ଟ ବ୍ଯାଙ୍କ ର ଉପକାରିତା ,ସାଇବର୍ ଫ୍ରଡ ସମ୍ବନ୍ଧରେ ଆଲୋଚନା କରଯାଇଥିଲା I କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ , ଶ୍ରୀଯୁକ୍ତ ସ୍ୱାଭିମାନ୍‌ ସାହୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦା ଏବଂ ପୋଷ୍ଟାଲ ଏଜେଣ୍ଟ ମାନେ ଯୋଗ ଦେଇଥିଲେ ।

You might also like
error: Content is protected !!