ବ୍ରହ୍ମପୁର,(ବିଚିତ୍ରସାହୁ):-
ଆଜି ଉତ୍କଳ ନଗର ଡେ଼ଫେନ୍ସ କଲୋନୀରେ 79 ତ୍ତମ ସ୍ୱାଧୀନତା ଦିବସ ବହୁତ ଉତ୍ସାହ ର ସହିତ ପାଳନ କରାଗଲା, କଲୋନୀ ପ୍ରେସିଡେଣ୍ଟ ଶ୍ରୀ ଶରତ ଚନ୍ଦ୍ର ରଥ ରାଷ୍ଟୀୟ ଧ୍ୱଜ ଉତ୍ତୋଳନ କରିଥିଲେ, ଏବଂ ଦେଶ ସ୍ୱାଧୀନତା ରେ ଜୀବନ ଉତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଦୁଇ ମିନଟ ମୌନ ଧାରଣ କରିବା ପରେ କଲୋନୀରେ ଉର୍ନତି ମୂଳକ କାର୍ଯ୍ୟ ବିଷୟରେ ବକ୍ତବ୍ୟ ଦେଇଥିଲେ, ଏଥିରେ ସେକ୍ରେଟାରୀ ଶ୍ରୀ ତ୍ରିନାଥ ପାଢ଼ୀ, କୋଷାଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ଉପ ସଭାପତି ଶ୍ରୀ ତ୍ରିନାଥ ସାହୁ ଏବଂ ଶ୍ରୀ ଦେବେନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. ଶେଷରେ ଏହି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ କଲୋନୀ ବାସୀଙ୍କୁ ଧନ୍ୟବାଦ ଦେଇ ସଭାପତି ଶ୍ରୀ ଶରତ ଚନ୍ଦ୍ର ରଥ କାର୍ଯ୍ୟକ୍ରମ କୁ ସମାପନ କରିଥିଲେ.
