ବ୍ରହ୍ମପୁର,(ବିଚିତ୍ର ସାହୁ):-
ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ଆନୁକୂଲ୍ଯରେ ଦେଶର 79ତମ ସ୍ବାଧୀନତା ଦିବସ ଉପଲକ୍ଷେ ଏକ ତ୍ରିରଙ୍ଗା ଯାତ୍ରାର ଆୟୋଜନ ହୋଇଯାଇଛି।50 ମିଟର ଦୈର୍ଘ୍ଯ ବିଶିଷ୍ଟ ଏକ ତ୍ରିରଙ୍ଗା ପତାକାକୁ ସଭ୍ଯମାନେ ଧରି ଧର୍ମ ନଗର-5ମ ଲାଇନସ୍ଥିତ କ୍ଲବ ଠାରୁ ଗିରିଜା ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଳୋଗାନ ଦେଇ ଜନସାଧାରଣ ମନରେ ଜାତୀୟତା ଭାବ ସୃଷ୍ଟି କରିଥିଲେ।କ୍ଳବର ସମସ୍ତ ପ୍ରାକ୍ତନ ସଭାପତି,କାର୍ଯ୍ଯ କର୍ତ୍ତା ଓ ସଭ୍ଯ ବୃନ୍ଦ ଉକ୍ତ ତ୍ରିରଙ୍ଗା ରାଲିରେ ଯୋଗଦେଇଥିଲେ।ପରେ ପରେ କ୍ଳବ ପରିସରରେ ସଭାପତି ଡଃ ପ୍ରଦୀପ କୁମାର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ସଭ୍ଯବୃନ୍ଦଙ୍କୁ ଉଦ୍ ବୋଧନ ଦେଇଥିଲେ।ସାଂପ୍ରତିକ ସ୍ଥିତିରେ ଭାରତର ନାଗରିକମାନଙ୍କ ମଧ୍ଯରେ ଏକତା,ସୌଭାତୃତ୍ବ ଏବଂ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଆହ୍ବାନ ଦେଇଥିଲେ।ବିଶେଷ କରି ରୋଟାରୀର ଯେଉଁ ନିଃସ୍ବାର୍ଥପର ସେବା,ସମାଜର ବିକାଶରେ ରୋଟାରିଆନ ମାନେ ନିଷ୍ଠାପର ଉଦ୍ୟମ କରିବା ପାଇଁ ଉପସ୍ଥିତ ସଭ୍ଯବୃନ୍ଦ ମତ ପ୍ରଦାନ କରିଥିଲେ।ରୋଟାରୀକ୍ଲବ ସହ ଇନରହ୍ବିଲର ସଭନେତ୍ରୀ ଓ ଅନ୍ଯ ସଭ୍ଯାବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସମ୍ପାଦକ ଅଶ୍ବିନୀ କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
