ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜଲେଶପଟ୍ଟା ଆଶ୍ରମ ଗ୍ରସ୍ତ

ବାଲିଗୁଡା,୧୪/୦୮(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ର ଜଲେଶପଟ୍ଟା ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଗସ୍ତ କରିଛନ୍ତି ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ l ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଆଶ୍ରିବାଦ ଭିକ୍ଷା କରିଥିଲେ ବିଜେପି ରାଜ୍ୟ ସଭାପତି l ଜଲେଶପଟ୍ଟା ଆଶ୍ରମ ର ମୁଖ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ଓ ଅନ୍ତେବାସୀ ଙ୍କ ସହ ଆଲୋଚନା କରିଥିଲେ ବିଜେପି ରାଜ୍ୟ ସଭାପତି l

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜଲେଶପଟ୍ଟା ଆଶ୍ରମ ଗ୍ରସ୍ତ

ପରେ ଆଶ୍ରମ ପରିସରରେ ଅଖଣ୍ଡ ଭାରତ ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଦେଶ ମାତୃକାର ରେ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ ଉଦେଶ୍ୟ ରେ ଅନ୍ତେବାସୀ ଙ୍କ ନିକଟରେ ଅଭିଭାଷଣ ରଖିଥିଲେ l ଜଲେଶପଟ୍ଟା ଆଶ୍ରମ ଗସ୍ତ ଅବସରରେ ସ୍ୱାମୀଜୀ ଙ୍କ ବଳିଦାନ ବ୍ୟର୍ଥ ଜୀବନାହିଁ କହିଛନ୍ତି ବିଜେପି ରାଜ୍ୟ ସଭାପତି l

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜଲେଶପଟ୍ଟା ଆଶ୍ରମ ଗ୍ରସ୍ତ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ତ୍ୟାଗ, ତପସ୍ୟା ତଥା ବଳିଦାନ କନ୍ଧମାଳ କାହିଁକି ସାରା ଭାରତ ପାଇଁ ପ୍ରେରଣା ର ଉତ୍ସ ବୋଲି କହିଛନ୍ତି ମନ ମୋହନ ସାମଲ l ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି ପ୍ରମୁଖ ଉପସ୍ଥିତ ରହିଥିଲେ l

Smart Computer Ad
You might also like
error: Content is protected !!