ବାଲିଗୁଡ଼ା:୧୪/୦୮(ସୁକାନ୍ତ କୁମାର ତ୍ରିପାଠୀ) ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପକ୍ଷରୁ ସ୍ୱାଧିନତା ର ୭୮ ବର୍ଷ ପୁର୍ତ୍ତୀ ଅବସରରେ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ପାଳଙ୍କ ନେତୃତ୍ୱରେ ତା. ୧୪/୦୮/୨୦୧୫ ରିଖ ଦିବା ୧୧ ଘଣ୍ଟା ସମୟରେ ସାମୂହିକ ତ୍ରିରଙ୍ଗା ରାଲି ମହାବିଦ୍ୟାଳୟ ପରିସରରୁ ବାହାରି ସ୍ଥାନୀୟ ବସ୍ ଷ୍ଟାଣ୍ଡ ଦେଇ ପାଟ୍ଟଖଣ୍ଡା ସାହି ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ରାଲି ରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଶ୍ରୀ ହିମାଂଶୁ ଚରଣ ସାହୁ, ଜାତୀୟ
ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ହମନ କୁମାର ଦିବାକା, ଅଧ୍ୟାପିକା ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ଯୁବ ରେଡ଼୍ କ୍ରସ ଜିଲ୍ଲା ସଂଯୋଜକ ଡ଼ଃ. ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ଶ୍ରୀ ମାନସ ରଞ୍ଜନ ପ୍ରଧାନ, ଶ୍ରୀ ସରୋଜ କୁମାର ପାଠୀ, ଅଧ୍ୟାପକ ଡ଼ଃ. ସୁଶାନ୍ତ କୁମାର ଦାଶ, ଶ୍ରୀ ଦୁଷ୍ମନ୍ତ ଶବର, ପି.ଇ.ଟି. ଶ୍ରୀ ଗଙ୍ଗାଧର ପଣ୍ଡା ଙ୍କ ସମେତ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀର ଛାତ୍ରଛାତ୍ରୀ ସ୍ଲୋଗନ ଦେଇ ୫୦୦ ମିଟର ର ଜାତୀୟ ପତାକା ଧରି ନଗର ପରିକ୍ରମା କରିଥିଲେ ।


