ବିପଦ ପୂର୍ଣ୍ଣ ଶ୍ରେଣୀରେ ଅସୁରକ୍ଷିତ ଛାତ୍ରୀ : ଶିକ୍ଷାଧିକାରୀ ନୀରବ

ନୟାଗଡ, (ପ୍ରଭାକର ଶିରୋମଣି): କଣ୍ଟିଲୋ ୧୪ l ୮ : ନୟାଗଡ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ବ୍ଳକ ଅଧୀନରେ କଣ୍ଟିଲୋରେ ଥିବା କୁଞ୍ଜବିହାରୀ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରେ ବହୁ ପୁରୁଣା l ୧୯୬୫ ମସିହାରେ କଣ୍ଟିଲୋ ଗ୍ରାମପଞ୍ଚାୟତ. ହରିସୁବୁଦ୍ଧି ପାଟଣା ସାହିର କୁଞ୍ଜ ବିହାରୀ ସାହୁ ନିଜ ଖର୍ଚ୍ଚରେ ବାଳିକା ମାନଙ୍କର ଶିକ୍ଷାର ଅଗ୍ରଗତି ଓ ସୁରକ୍ଷା ପାଇଁ ଏହି ବିଦ୍ୟାଳୟ କୁ ସ୍ଥାପନ କରିଥିଲେ ଓ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ପୁରାତନ ବିଦ୍ୟାଳୟ ର ସୁରକ୍ଷା ପାଇଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଠାରୁ ସହାୟତା ରାଶି ମିଳିନଥିବା ଜଣାଯାଇଛି l

ବିପଦ ପୂର୍ଣ୍ଣ ଶ୍ରେଣୀରେ ଅସୁରକ୍ଷିତ ଛାତ୍ରୀ : ଶିକ୍ଷାଧିକାରୀ ନୀରବ

ବିଶେଷତଃ ପ୍ରତି ଵର୍ଷ ବିଦ୍ୟାଳୟକୁ ରାଜ ନେତା ଓ କର୍ମଚାରୀ ବାର୍ଷିକ ଉତ୍ସବ ପାଳନ ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଆସିଥିଲେ ମଧ୍ୟ ସମସ୍ତେ ଅଭାବ ଅସୁବିଧା କଥା ଜାଣି ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ ମଧ୍ୟ ସେ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନଥାଏ lସମ୍ପ୍ରତି ବିଦ୍ୟାଳୟ ଛାତ ନିର୍ମାଣ ର ସମୟ ସୀମା ପ୍ରାୟ ୬୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇ ଥିବା ବେଳେ ୪ଟି ଶ୍ରେଣୀର ଛାତ ତଳୁ ମେଞ୍ଚା ମେଞ୍ଚା ସିମେଣ୍ଟ ପଲସ୍ତରା ଖସିବାରେ ଲାଗିଛି ଓ ଅନ୍ୟ ଶ୍ରେଣୀ କୋଠରୀ ନଥିବାରୁ ଭୟ ଓ ଆଶଙ୍କିତ ଭାବରେ ପିଲାମାନେ ପାଠ ପଢ଼ୁଥିବା ଦେଖା ଯାଉଛି l ବିଶେଷତଃ ବର୍ଷା ସମୟରେ ପାଣି ଗଳୁଥିବା ବେଳେ ପିଲାମାନେ ତଳେ ଥିବା ବାରଣ୍ଡାରେ ଛିଡା ହୋଇ ରହୁଥିବା ଶୁଣି ଅଭିଭାଵକ ମାନେ ଅଭିଯୋଗ କରୁଥିବା ଜଣା ଯାଇଛି l ବିଦ୍ୟାଳୟ ସୁରକ୍ଷିତ ନହେଲେ ଅଭିଭାବକ ମାନେ ପିଲାମାନଙ୍କୁ ଆଉ  ପଠାଇବେ ନାହିଁ ବୋଲି କେତେକ ଅଭିଭାବକ ମନସ୍ଥ କରି ଆନ୍ଦୋଳନ କରିବାକୁ ପରସ୍ପରରେ ଆଲୋଚନା କରୁଥିବା ଶୁଣା ଯାଉଛି. l

 ବିପଦ ପୂର୍ଣ୍ଣ ଶ୍ରେଣୀରେ ଅସୁରକ୍ଷିତ ଛାତ୍ରୀ : ଶିକ୍ଷାଧିକାରୀ ନୀରବ

ଏଣୁ ଦୀର୍ଘ ବର୍ଷର ଏହି ପୁରାତନ ବିଦ୍ୟାଳୟ ସହିତ କୋମଳମତି ଛାତ୍ରୀ ମାନଙ୍କର ନିରାପତ୍ତା ଦିଗରେ ନୟାଗଡ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣରେ ଅବହେଳା ପ୍ରଦର୍ଶନ କଲେ ପିଲା ମାନଙ୍କ ର କୌଣସି ଅସୁବିଧା ପାଇଁ ସମ୍ପୃକ୍ତ କର୍ତ୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି.

Smart Computer Ad
You might also like
error: Content is protected !!