ବିଶ୍ୱ ହସ୍ତୀ ଦିବସ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):-

କୁକୁଡାଖଣ୍ଡି,, ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ କନିକା ପଞ୍ଚାୟତ ପୁରୁଣା ପାଟଣା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି l ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନରକ୍ଷୀ ଏ. ଦେବୀ ପ୍ରସାଦ ରାଓ ଯୋଗ ଦେଇଥିବା ବେଳେ ସମ୍ନାନିତ ଅତିଥି ଭାବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁନିତା ମଲଣା, ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ଷ୍ଟେପ ଅନ ନେଚରର ସ୍ୱାଧୀନ ସାହୁ,ଉପଦେଷ୍ଟା ନଳିନୀ କାନ୍ତ ପରିଡା, ଶିକ୍ଷକ ପବିତ୍ର ମୋହନ ପ୍ରଧାନ, ସୁଜାତା ରାୟଗୁରୁ ପ୍ରମୁଖ ମଞ୍ଚାସିନ ଥିଲେ l ସ୍ବେଛାସେବୀ ପୁରୁଷୋତ୍ତମ ସ୍ୱାଇଁ ପାୱାରପଏଣ୍ଟ ଉପସ୍ଥାପନା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ହସ୍ତୀ ସୁରକ୍ଷା ଓ ତାଳ ବୃକ୍ଷର ଆବଶ୍ୟକତା ଉପରେ ବୁଝାଇ ଥିଲେ l ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି l ବ୍ରହ୍ମପୁର ବନଖଣ୍ଡ ଅଧିନସ୍ତ ରାମଗୁଡା,ବାଣିଆମାରି ସଂରକ୍ଷିତ ଜଙ୍ଗଲରେ ହାତୀଙ୍କ ବିଚରଣ ସ୍ଥାନ ଭାବରେ ଗଣା ଯାଉଛି ସେଠି ବର୍ଷର ଅଧିକାଂଶ ସମୟ ସେମାନଙ୍କର କଟୁଛି କିନ୍ତୁ ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଏମାନେ ଜନବସତି ମୁହାଁ ହେଉଛନ୍ତି ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି ବେଳେ ବେଳେ ହାତୀଙ୍କ ଜୀବନ ମଧ୍ୟ ଅକାଳରେ ଯାଉଛି ତେଣୁ ଏହାର ନିବାରଣ ନିମନ୍ତେ ତାଳ ସହ ଅନ୍ୟାନ୍ୟ ଫଳନ୍ତି ବୃକ୍ଷ ରୋପଣ ନିତାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ ହସ୍ତୀ ସୁରକ୍ଷା ନିମନ୍ତେ ନିୟୋଜିତ ଥିବା ପାଞ୍ଚ ଜଣ ଗଜ ସାଥିଙ୍କୁ ସମ୍ବର୍ଦ୍ଧିତ କରିବା ସହ ରାତ୍ର ପ୍ରହରାରେ ସହଯୋଗ ନିମନ୍ତେ ହେଡ ଲାଇଟ ବଣ୍ଟନ କରାଯାଇଛି l କାର୍ଯ୍ୟକ୍ରମକୁ ସମ୍ପାଦକ ବିଜେନ୍ଦ୍ର ମାଝୀ, କୋଷାଧକ୍ଷ ଧର୍ମରାଜ ପାତ୍ର, ପି. ବିନୋଦ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ l

You might also like
error: Content is protected !!