କେ କେ ବିଶ୍ବବିଦ୍ୟାଳୟ ବୃତ୍ତିଭିତ୍ତିକ ପାଠରେ ନାମ ଲେଖା ଠପ୍

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ଚଳିତ ଶିକ୍ଷା ବର୍ଷ ପାଇଁ ବୃତ୍ତିଭିତ୍ତିକ ପାଠ୍ୟକ୍ରମ ଯଥା ବିବିଏ, ଏମବିଏ ଓ ୫ ବର୍ଷୀୟ ଇଟିସି କୋର୍ସ ରେ ଦୁର୍ଭାଗ୍ୟଜନକ ଭାବେ ନାମ ଲେଖା ହୋଇପାରିନାହିଁ l ସୂଚନା ଯୋଗ୍ୟ ଯେ ବିଗତ ୧୭ ବର୍ଷ ଧରି ୟୁ ଜି ସି ମାନ୍ୟତା ପ୍ରାପ୍ତ ଏହି କୋର୍ସ୍ ଗୁଡିକ ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗର ଅନୁମତିରେ ଖୋଲିଥିଲା l ବର୍ଷ ବର୍ଷ ଧରି ଏହି କୋର୍ସ୍ ଗୁଡିକ ଦକ୍ଷିଣ ଓଡ଼ିଶା ର ସହସ୍ରାଧିକ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଅତି ସ୍ୱଳ୍ପ ଖର୍ଚ୍ଚ ରେ ପ୍ରଫେସନାଲ ଡିଗ୍ରୀ ଓ ରୋଜଗାର ତଥା ଚାକିରି ସୁଯୋଗ ସୁଯୋଗ ପାଉଥିଲେ l ଉଦାହରଣ ସ୍ୱରୂପ ବି ବି ଏ କୋର୍ସ୍ କୌଣସି ପ୍ରାଇଭେଟ୍ କଲେଜ ରେ ପଢିବା ପାଈଁ ବାର୍ଷିକ ୪୦ ରୁ ୫୦ ହଜାର ଖର୍ଚ୍ଚ ହେବ। ସେଭଳି ଏମ ବି ଏ କୋର୍ସ୍ ବାର୍ଷିକ ଏକ ଲକ୍ଷ ଟଙ୍କା ରୁ ଅଧିକ ଖର୍କ ହୁଏ l କିନ୍ତୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ବି ବି ଏ କୋର୍ସ୍ ବର୍ଷ କୁ ମାତ୍ର ୧୫,000 ଓ ଏମ ବି ଏ କୋର୍ସ୍ ୨୫,000 ରେ ପଢ଼ିବା ସୁଯୋଗ ପାଉଥିଲେ l ଏଥି ସହ ଏହି ବୃତ୍ତିଭିତ୍ତିକ କୋର୍ସ୍ ର ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପ୍ଲେସମେଣ୍ଟ ର ସୁବିଧା ପାଇପlରୁଥିଲେ l ବିଗତ ବହୁ ବର୍ଷ ଧରି ମେଧାବୀ ଆର୍ଥିକ ତଥା ସମଜିକ ପଛୁଆ ବର୍ଗର ଛାତ୍ରଛାତ୍ରୀ ଙ୍କ ମଧ୍ୟ ରେ ଏହି କୋର୍ସ୍ ଗୁଡିକର ପ୍ରବଳ ଚାହିଦା ରହି ଆସିଛି l ଏହି ବର୍ଷ ମଧ୍ୟ ଶତାଧିକ ଛାତ୍ରଛାତ୍ରୀ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ଏହି ପ୍ରଫେସନାଲ କୋର୍ସ୍ ଗୁଡିକରେ ନାମ ଲେଖାଇବା ପାଇଁ ଏବେ ସୁଦ୍ଧା ଆଶା ବାନ୍ଧି ବସିଛନ୍ତି l ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର l ବିଶ୍ଵବିଦ୍ୟାଳୟ କର୍ତୃପକ୍ଷ ଜାଣିଶୁଣି ଆଖି, ବନ୍ଦ କରି ନାମଲେଖାକୁ ଅଟକାଇ ଛନ୍ତି l ଏବଂ ଚୁପଚାପ୍ ବସିଛନ୍ତି l ଏନେଇ ଅଭିଭାବକ ମହଲ ରେ ଚିନ୍ତା ଘାରିଛି l ବିଶ୍ଵବିଦ୍ୟାଳୟ କର୍ତୃପକ୍ଷ ଙ୍କ ଏଭଳି ମନମୁଖୀ ଓ ସନ୍ଦେହଜନକ କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ନିନ୍ଦା କରାଯାଇଛି l ସୂଚନା ଯୋଗ୍ୟ ଯେ, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣ ପାଈଁ ସାରା ଦେଶ ତଥା ଓଡ଼ିଶା ରେ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆପଣାଇ ବୃତ୍ତି ଭିତିକ ପାଠ୍ଯକ୍ରମ କୁ ପ୍ରୋତ୍ସାହନ ଦେଉଥିବାବେଳେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ଏହାର ଓଲଟା l ଜାତୀୟ ଶିକ୍ଷା ନୀତି ୨୦୨୦କୁ ଛାତ୍ରଛାତ୍ରୀ ଙ୍କୁ ପ୍ରଫେସନାଲ୍ କୋର୍ସ ମାଧ୍ୟମରେ ସ୍ବରୋଜଗାର, ଆତ୍ମନିର୍ଭର ତଥା ଉଦ୍ୟୋଗ ବିକାଶ ଦିଗରେ ପ୍ରେରିତ କରୁଥିବାବେଳେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଶ୍ୱାସରୁଦ୍ଧ କରାଯାଉଅଛି l ଏବେ ଆଲୋଚନl ଚାଲିଛି ବିଶ୍ଵବିଦ୍ୟାଳୟର କିଛି ଉଚ୍ଚ ପଦସ୍ତ୍ ଅଧିକାରୀ ଙ୍କ ଏଭଳି ନିଷ୍ପତ୍ତି ପି ସି (କମିଶନ) ପାଇଁ ତଥା ସ୍ଥାନୀୟ ଘୋରୋଇ ବି ବି ଏ, ଏମ ବି ଏ କଲେଜ କୁ ଆର୍ଥିକ ଫାଇଦା ଦେବା ପାଇଁ ଏହା କରାଯାଉଛି କି ? କଣ କାରଣ ଥାଇପାରେ ପ୍ରବଳ ଚାହିଦା ଥିବା ଏହି କୋର୍ସ୍ ରେ ନାମ ଲେଖା ଅଟକାଇ ରଖିବା ? ଗରୀବ ମେଧାବୀ ଛା୍ରଛାତ୍ରୀମାନଙ୍କୁ ଘୋରୋଇ କଲେଜ୍ ରେ ପଢ଼ିବା ପାଇଁ ପରୋକ୍ଷରେ ଏକ ପ୍ରକାର ବାଧ୍ୟ କରାଯାଉଛି l ଶୁଣାଯାଉଛି ଏହି ବେଆଇନ ନାମଲେଖା ଅଟକାଇବା ନିଷ୍ପତ୍ତି ନା ଉଚ୍ଚ ଶିକ୍ଷl ବିଭାଗ ଓଡିଶା ସରକାର, ନା ବିଶ୍ଵବିଦ୍ୟାଳୟ କୁଳାଧିପତି ନା ୟୁ ଜି ସି ଙ୍କ ଅନୁମତି ନିଆଯାଇଛି l ଜଣାଯାଉଛି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସରକାର ଙ୍କ ଉପରେ କାମ କରୁଛି l ଏଭଳି ଲୁଚା ଛପା ନିଷ୍ପତ୍ତି ପଛ ରେ ରହସ୍ୟ କଣ ହୋଇପାରେ ତାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି l ଏଣୁ ଯଥା ଶୀଘ୍ର ଏହି ବେଆଇନ ନିଷ୍ପତ୍ତି କୁ ବାତିଲ କରି ନାମ ଲେଖା ଆରମ୍ଭ କରାଯାଉ l କେ କେ ବିଶ୍ବବିଦ୍ୟାଳୟ ବୃତ୍ତିଭିତ୍ତିକ ପାଠରେ ନାମ ଲେଖା ଠପ୍ଶତାଧିକ ଗରିବ ମେଧାବୀ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଓ କ୍ୟାରିୟର ଗଠନ ପାଇଁ ରାଜ୍ଯ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ l

You might also like
error: Content is protected !!