ଗଞ୍ଜାମ ଜିଲ୍ଲା: ଭଏସ୍ ଅଫ୍ ମିଡିଆ ତରଫରୁ ସାମ୍ବାଦିକ ମାନଙ୍କ ଉନ୍ନତି ସକାଶେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗଂଜାମ ଜ଼ିଲ୍ଲା,07/08/25[ନ୍ୟୁଜ ନର୍ଭ]: ଆଜି ଭଏସ ଅଫ ମିଡ଼ିଆ, ଗଞ୍ଜାମ ଶାଖା ପକ୍ଷରୁ ସଭାପତି ରାମ ପ୍ରସାଦ ସାମଲ ଓ ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ନାହାକଙ୍କ ନେତୃତ୍ୱ ରେ ୭ଦଫା ଦାବୀ ସମ୍ବଳିତ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ ଅନୁପସ୍ଥିତି ରେ ରାଜସ୍ବ ଆୟୋକ୍ତ ଙ୍କ ସଚିବ ବିରସେନ ପ୍ରଧାନଙ୍କୁ ଏବଂ ଗଂଜାମ ଜ଼ିଲ୍ଲାପାଲ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟିଙ୍କୁ ପ୍ରଦାନ କରାଗଲା। ସଂଘର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ଗୌଡ଼, ଓ ପ୍ରସନ୍ନ କୁମାର ଦାଶ,ରାଜ୍ୟ ସହ ସମ୍ପାଦକ ଅଶ୍ୱନୀ କୁମାର ପଟନାୟକ, ଗଞ୍ଜାମ ସହ ସମ୍ପାଦକ ଡ଼ ନୃସିଂହ ପ୍ରସାଦ ପାଢ଼ୀ, ସଦସ୍ୟ ଅମିତ ମହାପାତ୍ର,କେ ତ୍ରିଲୋଚନ ପାତ୍ର,ମାଧବ ନନ୍ଦ ଦାଶ ଆଦି ଉପସ୍ଥିତ ଥିଲେ | ଅତିରିକ୍ତ ଜିଲ୍ଲାପାଳ ଙ୍କ ସହ ଗଞ୍ଜାମ ଜିଲ୍ଲା ର କାର୍ଯ୍ୟ ରତ ସାମ୍ବାଦିକ ଙ୍କ ସମସ୍ୟା ବିଷୟ ରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ। ପ୍ରଦତ୍ତ ଦାବୀ ଗୁଡିକ ହେଲା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସୁରକ୍ଷା ଆଇନ ଅତିଶୀଘ୍ର ଲାଗୁକରିବା, ବରିଷ୍ଠ ଓ ବୟସ୍କ ସାମ୍ବାଦିକ ମାନଙ୍କୁ ପେନସନ ବ୍ୟବସ୍ଥା ର ପ୍ରଚଳନ, ରାଜ୍ୟରେ ସରକାର ଅଧିସ୍ୱୀକୃତି କମିଟି ଗଠନ କରି ଜିଲ୍ଲା ଠାରୁ ବ୍ଲକ ସ୍ତରୀୟ ସାମ୍ବାଦିକ ମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ, ସାମ୍ବାଦିକ ଙ୍କୁ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରେ ବାପା, ମା ଓ ୨୫ ବର୍ଷରୁ ଉର୍ଦ୍ଧ ବାପା ଉପରେ ନିର୍ଭର ଶିଳ ପୁଅ ଝିଅ ଙ୍କୁ ବୀମାରେ ସାମିଲ କରିବା, ମିଡ଼ିଆ ଏକାଡେମୀ ଗଠନ କରିବା ଆଦି ମୁଖ୍ୟ ଦାବୀ ଥିଲା |

You might also like
error: Content is protected !!