ବ୍ରହ୍ମପୁର,07/08/25[ବିଚିତ୍ର ସାହୁ]:- ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ସହର ଉପକଣ୍ଠସ୍ଥିତ ଭାବିନୀ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି।କ୍ଳବର ସଭାପତି ଡକ୍ଟର ପ୍ରଦୀପ୍ତକୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା-3262ର ପରିବେଶ ଅଧ୍ଯକ୍ଷ ମିତେନ୍ଦ୍ର ଭୂୟାଁ ଯୋଗଦେଇ ବିଭିନ୍ନ କିସମର ପଚାଶରୁ ଉର୍ଦ୍ଧ୍ବ ଚାରାରୋପଣ କରିଥିଲେ।ମୁଖ୍ଯ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ରଞ୍ଜିତ କୁମାର ସାହୁ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ରୋପିତ ଚାରା ଗୁଡିକର ରକ୍ଷଣାବେକ୍ଷଣ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ।ପ୍ରଧାନଶିକ୍ଷକ ପୁଷ୍ପିତା ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ପରିଚାଳିତ ଚାରାରୋପଣ କାର୍ଯ୍ଯକ୍ରମକୁ କ୍ଳବର ସଭ୍ଯବୃନ୍ଦ ପ୍ରଧାନଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ।ରୋଟାରୀକ୍ଲବ ସହାୟତାରେ ବିଦ୍ୟାଳୟର ପରିବେଶକୁ ସବୁଜିମା କରିବା ପାଇଁ ସହଯୋଗ କରିଥିବାରୁ ପ୍ରଧାନଶିକ୍ଷକ ପାଣିଗ୍ରାହୀ କ୍ଳବର ସମସ୍ତ ସଦସ୍ଯଙ୍କୁ ପ୍ରଶଂସା କରିଥିଲେ।କ୍ଳବର ପରିବେଶ ଅଧ୍ଯକ୍ଷ ରଞ୍ଜିତ କୁମାର ପାତ୍ର ତଥା ପ୍ରାକ୍ତନ ସଭାପତି ବୃନ୍ଦ ଓ ଅନ୍ଯ ସଦସ୍ଯଙ୍କ ସହଯୋଗ ପାଇଁ ସମ୍ପାଦକ ଅଶ୍ବନୀ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
