ବାପୁଜୀ ଜୁନିୟର କଲେଜ ପରିସରରେ ଆଲୋଚନାଚକ୍ର

କୋଟଗଡ,୩୦/୦୭:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ବାପୁଜୀ ଜୁନିୟର କଲେଜ ପରିସରରେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଆଡମ୍ବର ସହ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ସହ ନାରୀ ସୁରକ୍ଷା ସଚେତନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ନେତ୍ରଭାନୁ ପାଇକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇସିସି ପ୍ରିଜାଇଡିଂ ଅଫିସର ଶ୍ରୀମତୀ ଶୈଳବାଳା ନାୟକ ଉପସ୍ଥିତ ଥ‌ିବା ବେଳେ ଶିକ୍ଷକ ବିକ୍ରମ କେଶରୀ ସାହୁ ସ୍ବାଗତ ଭାଷଣ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ଯୌନ ନିର୍ଯାତନା ନିରାକରଣ ସମ୍ପର୍କରେ ସ୍ଥାନୀୟ କଲେଜ ଅଧକ୍ଷ ନେତ୍ରଭାନୁ ପାଇକ ପୁଙ୍ଖାନୁପୁଙ୍ଖ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଆଇସିସି ସଦସ୍ୟ ଅଧ୍ୟାପକ ଦେବେନ୍ଦ୍ର ପ୍ରଧାନ, ନୃସିଂହ ଚରଣ ଗୌଡ଼ ଓ ଘନେଶ୍ବର ସାର ପ୍ରମୁଖ ଉପସ୍ଥିତ ରହି ନାରୀ ସୁରକ୍ଷା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜ ର ସମସ୍ତ କର୍ମଚାରୀ, ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଓଡ଼ିଆ ଅଧ୍ୟାପକ ପ୍ରକାଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Smart Computer Ad
You might also like
error: Content is protected !!