ଭାରସାମ୍ୟ ହରାଇ ରାସ୍ତା କଡଗଛକୁ। ପିଟିଲା ସାପ୍ତାହିକ ହାଟ ଗାଡ଼ି

ଆର,ଉଦୟଗିରି(ମନୋଜ ପାଢୀ):-

ଆଜି ସନ୍ଧ୍ୟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ ଗଛକୁ ପିଟିଲା ସାପ୍ତାହିକ ହାଟ ଗାଡ଼ି । ଗଜପତି ଜିଲ୍ଲା ନୂଆଗଡ ବ୍ଲକ ପରିମଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ରା.ଉଦୟଗିରି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି । ସାପ୍ତାହିକ ହାଟ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ ଗଛକୁ ପିଟିଲା ମାକ୍ସ ପିକଆପ ।ଗାଡ଼ିରେ ଥିବା ଛ ଜଣ ହାଟ ବ୍ୟବସାୟୀ ଗୁରୁତର ଆହାତ ହୋଇଥିବା ବେଳେ ସମସ୍ତ ଆହତ ମାନଙ୍କୁ ରା.ଉଦୟଗିରି ଅଗ୍ନିଶମ ବାହିନୀ ଉଦ୍ଧାର କରି ରା.ଉଦୟଗିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରିଥିବା କହିଛନ୍ତି ଡାକ୍ତର ।ଆହାତ ମାନେ ହେଲେ ରା.ଉଦୟଗିରି ଥାନା ରା.ଉଦୟଗିରିର ବଳରାମ ସାହୁ ,ପୂର୍ଣାବାସି ସାହୁ ,ସତୁ ବେହେରା, ଛେଳିଗଡର ସିରି କୁମାର ,ତାଣ୍ଡି ଗୁଡ଼ାର କ୍ରିତାଞ୍ଜଳି କରାଡ,ଗଞ୍ଜାମ ର ଲକ୍ଷ୍ମଣ ବଳିଆରସିଂ । ଏନେଇ ରା,ଉଦୟଗିରି ଥାନାରେ କୌଣସି କେସ ରୁଜୁ ନହେବାର ରା,ଉଦୟଗିରି ଥାନା ଅଧିକାରୀ କହିଛନ୍ତି ।

You might also like
error: Content is protected !!