ମାନବ ଚାଲାଣ ମୁକ୍ତ ସମାଜ ଗଠନ କୁ ଆହ୍ଵାନ

ବ୍ରହ୍ମପୁର,୩୦.୦୭.୨୦୨୫[ବିଚିତ୍ର ସାହୁ]: ISRD- ଶକ୍ତିସଦନ ଓ ୱାନ ଷ୍ଟପ ସେଣ୍ଟର, ଗଞ୍ଜାମ ତରଫରୁ ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ଏକ ମାନବ ଶୃଙ୍ଖଳ ଓ ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ Railaway Station Manager ଶ୍ରୀଯୁକ୍ତ ଦୂର୍ଗା ପ୍ରସାଦ ବ୍ରହ୍ମା କାର୍ଯକ୍ରମକୁ ଉଦଘାଟନ କରି ମାନବ ଚାଲାଣ ସଙ୍ଗଠିତ ଅପରାଧିମାନଙ୍କୁ ସମାପ୍ତ କରିବା ପାଇଁ ଆଇନ ପ୍ରବର୍ତ୍ତନକାରୀଙ୍କ ଦ୍ଵାରା କଠୋର ଆଇନ କାର୍ଯାନୁଷ୍ଠାନ କରିବା ଓ ସକ୍ରିୟ ତଦନ୍ତ କରିବା ସହ ଦଲାଲ/ଅପରାଧୀଙ୍କ କାର୍ଯଶୈଳି ପ୍ରତି ଦୃଷ୍ଟି ରଖିବା ସହ ଚାଲାଣ କରୁଥିବା ସଂଗଠିତ ଓ ବ୍ୟକ୍ତି ବିଶେଷ କୁ ଚିହ୍ନଟ କରିବା ଆମ ସମସ୍ତଙ୍କର ଦାୟୀତ୍ଵ | ଉକ୍ତ କାର୍ଯକ୍ରମ ରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷ୍ୟା ଅଧିକାରିଣୀ ସୁଶ୍ରୀ ରାଜଶ୍ରୀ ଦାସ, ମୁଖ୍ୟ ଟିଟି ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ବେହେରା, Health Inspector ଶ୍ରୀଯୁକ୍ତ D ବିଷ୍ଣୁ, ରେଳ ସୁରକ୍ଷା ବାହିନୀ ASI ଶ୍ରୀଯୁକ୍ତ ସଦାନନ୍ଦ ଦାସ, ସରକାରୀ ରେଳ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ମଲ୍ଲିକ ପ୍ରମୁଖ ଯୋଗଦେଇ ମାନବ ଚାଲାଣର ବାସ୍ତବତା, ଏହାର ବିଭିନ୍ନ ରୂପ ଏବଂ ବ୍ୟକ୍ତି ଏବଂ ସମ୍ପ୍ରଦାୟ ଉପରେ ଏହାର ବିନାଶକାରୀ ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେବା ସହ ପୀଡିତାଙ୍କୁ ସୁରକ୍ଷା ଦେବା ତଥା ନ୍ୟାୟ, ଚିକିତ୍ସା ସେବା ଏବଂ ମାନସିକ ସମର୍ଥନ ପାଇବା ସମେତ ଚାଲାଣ ପୀଡିତାଙ୍କ ସୁରକ୍ଷା ଏବଂ ସମର୍ଥନ ସୁନିଶ୍ଚିତ କରିବା ଏବଂ ମାନବ ଚାଲାଣ ରୋକିବା ତଥା ସୁରକ୍ଷାକୁ ସୁଦୃଢ଼ କରିବା, ଆଇନ ପ୍ରବର୍ତ୍ତନ ପ୍ରୟାସକୁ ବୃଦ୍ଧି କରିବା ସହ ମାନବ ଚାଲାଣର ମୂଳ କାରଣଗୁଡ଼ିକୁ ଖୋଜି ସମାଧାନ କରିବା ଭଳି ପ୍ରତିରୋଧକ ପଦକ୍ଷେପ ଉପରେ ଧ୍ୟାନ ଦେବା ଆବଶ୍ୟକତା ବୋଲି ଉଦବୋଧନ ଦେଇଥିଲେ ।ଏହି କାର୍ଯକ୍ରମକୁ ଆଇଏସଆରଡ଼ି ନିର୍ଦେଶକ ଶ୍ରୀଯୁକ୍ତ ସୁଧୀର ସାବତ ସଞ୍ଚାଳନା କରିବା ସହ ମାନବ ଚାଲାଣ ନେଟୱାର୍କଗୁଡିକୁ ଚିହ୍ନଟ ଏବଂ ଭାଙ୍ଗିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିବା ଆବଶ୍ୟକତା ଓ 15 ବର୍ଷ ଠାରୁ 25 ବର୍ଷର ମହିଳା ଓ ଶିଶୁ ମାନଙ୍କୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଥିଲେ ସୁଧା ଗ୍ରାମ୍ୟ ସ୍ତରରୁ ଶିଶୁ ଓ ମହିଳା ଦାଦନ, ଚାକିରୀ କରିବା,ବିଭିନ୍ନ ପ୍ରକାର ରୋଜଗାର ନାମରେ ବାହାରକୁ ଯାଉଥିବା କୌଣସି ଖବର ପଞ୍ଚାୟତରେ ରହୁନାହିଁ | ଦଲାଲମାନେ ପୀଡିତା ମାନଙ୍କୁ ନିଯୁକ୍ତି ଏବଂ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ସୋସିଆଲ ମିଡିଆ ଚ୍ୟାନେଲ, ଅନଲାଇନ୍ ମାର୍କେଟପ୍ଲେସ୍ ସାଇଟ୍ ଏବଂ ଫ୍ରି-ଷ୍ଟାଣ୍ଡିଂ ୱେବପେଜ୍ ସମେତ ଇଣ୍ଟରନେଟ୍ ପ୍ଲାଟଫର୍ମ ବ୍ୟବହାର କରିବାରେ ଦକ୍ଷ ହୋଇସାରିଛନ୍ତି । ତେଣୁ ପଞ୍ଚାଯତ ସ୍ତରରେ ଶିଶୁ ଓ ମହିଳା ସୁରକ୍ଷା ପାଇଁ ହୋଇଥିବା କମିଟି କୁ ପ୍ରଶିକ୍ଷଣ ମାଧ୍ୟମରେ ସୁଦୃଢ କରିବା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି | ଉକ୍ତ କାର୍ଯକ୍ରମରେ ରେଲୱେ ସ୍ଟେଶନର ରେଳ ସୁରକ୍ଷା ବାହିନୀ (RPF) ତରଫରୁ ରବୀନ୍ଦ୍ର କୁମାର ବେହେରା , ମନୋଜ କୁମାର ବେହେରା, ଯୁବରାଜ ରୋହିଣୀ ଙ୍କ ସହ ସରକାରୀ ରେଲୱେ ପୋଲିସର କର୍ମକର୍ତା, ସମସ୍ତ ଟିଟି, ସ୍ବଚ୍ଛସାଥୀ, ହକର, କୁଲି,Auto Associaction ର କର୍ମକର୍ତା ଙ୍କ ସହ ଆଇଏସଆରଡ଼ି ୱାନ ଷ୍ଟପ ସେଣ୍ଟର ର ମହେଶ୍ଵତା ପାଢୀ, ସ୍ନେହମୟୀ ପାଢୀ, ଆସ୍କିଲା ରାଇକା, ସୌଦାମିନୀ ସାହୁ, ସାବିତ୍ରୀ ଦଳବେହେରା, ଐଶ୍ୱର୍ଯ୍ୟl ସାବତ ବଜାରଙ୍ଗୀ ନାୟକ, ସୁଶୋମିତା କାର୍ଯୀ, ଅନିତା ମଲିକଙ୍କ ସହ ବହୁ ସମାଜସେବୀ ପ୍ରମୁଖ ଯୋଗାଦେଈଥିଲେ | ଉକ୍ତକାର୍ଯକ୍ରମକୁ ଗୋପାଳକୃଷ୍ଣ ଦଳବେହେର ସ୍ଵାଗତ ସମ୍ବର୍ଦ୍ଧନା କରିବାସହ ପରିଚାଳନା କରିଥିଲେ | ଶ୍ରୀଯୁକ୍ତ ପ୍ରଭାତ କୁମାର ପାଢୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ| l

ମାନବ ଚାଲାଣ ମୁକ୍ତ ସମାଜ ଗଠନ କୁ ଆହ୍ଵାନ

You might also like
error: Content is protected !!