ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):-
ଉତ୍କଳ ସାମ୍ୱାଦିକ ସଂଘ(ବ୍ରହ୍ମପୁର)ଶାଖା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି l ଉପଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି l ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅତିରିକ୍ତ ଚିକିତ୍ସା ସୁବିଧା, ପେନସନ ପ୍ରଦାନ,ଏବଂ ସାମ୍ୱାଦିକ ସୁରକ୍ଷା ଆଇନ୍ ପ୍ରଣୟନ ଦାବି ଉଠିଛି l
ଉପ ସଭାପତି ହେମନ୍ତ କୁମାର ପାତ୍ର,ସଂପାଦକ ରାଜେନ୍ଦ୍ର କୁମାର ସାହୁ, କାର୍ଯ୍ୟକାରୀ ସଂପାଦକ ମନୋରଂଜନ ଦଳlଇ,କୋଷାଧ୍ୟକ୍ଷ ଜିବାନାନନ୍ଦ କର, ବରିଷ୍ଠ ସାମ୍ବାଦିକ ଅଭୟ କୁମାର ପାଢ଼ୀ,ଲାଲ ମୋହନ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ଦାସ,ସମୀର କୁମାର ରଥ,ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଜଗନାଥ ସାହୁ, କାଳୀ ପ୍ରସାଦ ରଥ, ମୃତ୍ୟୁଞ୍ଜୟ ସାହୁ,ରାକେଶ ଷଡ଼ଙ୍ଗୀ, ରଜେନ୍ଦ୍ର କୁମାର ପଣ୍ଡିତ, ଅନନ୍ତ ଆପଟ, ସୁମୀର କୁମାର, ଏ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l