ଫାରେଲ ସ୍ୱଛାସେବୀ ଅନୁଷ୍ଠାନ ପକ୍ଷରୁ ବାଲିଗୁଡା ଠାରେ ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ

ବାଲିଗୁଡା, ୨୯/୦୭[ସୁକାନ୍ତ କୁମାର ତ୍ରିପାଠୀ]ଆଦିବାସୀ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଲକ୍ଷଣ ପାଳଙ୍କ ସଭାପତିତ୍ୱରେ ସ୍ୱଛାସେବୀ ଅନୁଷ୍ଠାନ ଫାରେଲ ପକ୍ଷରୁ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଫାରେଲ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଅମିତ ନାୟକ ଵିଶ୍ୱ ପ୍ରାକୃତିକ ସମ୍ପଦ ସୁରକ୍ଷା ଦିବସ ୨୦୨୫ ପାଳନ ଅବସରରେ ଅତିଥି ସ୍ୱାଗତ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ପରିବେଶ ସନ୍ତୁଳନକୁ ସୁରକ୍ଷିତ କରିବାକୁ ବିଭିନ୍ନ ପ୍ରକାର ପ୍ରାଣୀ ଉଦ୍ଭିଦର ସହାବସ୍ଥାନକୁ ସୂଯୋଗ ଦେଲେ ଜୈବ ବିବିଧତା ସୁରକ୍ଷିତ ରହିପାରିବ ବୋଲି କହିଥିଲେ। ବିଶ୍ୱ ତାପମାତ୍ରା ବୃଦ୍ଧି ନେଇ ସମସ୍ତେ ଚିନ୍ତିତ।ପ୍ରଦୂଷଣ ମୁକ୍ତ ଜୀବନ ସମସ୍ତେ ଜୀଇଁବାକୂ ଚାହାନ୍ତି।ବିକଶିତ ଦେଶଗୁଡିକ ସହ ୧୦ପ୍ରତିଶତ ଭାରତୀୟ ଅଧିକ ଅଙ୍ଗାରକାମ୍ଳ ଛାଡୁଥିବାରୁ ତାପମାତ୍ରା ବୃଦ୍ଧି ହେଉଛି।ଯାହା ଫଳରେ ବରଫ ତରଳି ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି।ଫଳରେ ପ୍ରଶାନ୍ତ ମହାସାଗରରେ ୩୪ଟି ଛୋଟ ଦୀପ ବୁଡିଯିବାକୁ ବସିଲାଣି।ଓଡ଼ିଶାର ସାତଭାୟା ଅଞ୍ଚଳରେ ସାତଟି ଗାଁ ପାଣିରେ ବୁଡିଗଲାଣି।ମଣିଷ ନଜର ଦୈନନ୍ଦିନ ଆବଶ୍ୟକତା ପୂରଣ ଓ ବିଳାସ ବ୍ୟସନ ପାଇଁ ପ୍ରତିଦିନ ଜଙ୍ଗଲ କାଟିବା ସହ ପ୍ରାକୃତିକ ସମ୍ପଦ ନଷ୍ଟ କରୁଛି। ତେଣୁ ଏହାର ସୁରକ୍ଷା ଆବଶ୍ୟକ।ନେଚେତ ଯୁବ ସମାଜ ବେଳହୁଁ ସାବଧାନ ନ ହେଲେ ଏ ପୃଥିବୀ ଧ୍ୱଂସ ମୁଖରେ ପଡିବ। ଏହି ଅବସରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଛାତ୍ରଛାତ୍ରୀମାନଙ୍କୁ ଦେଶର ଦାୟିତ୍ୱ ପୂର୍ଣ୍ଣ ନାଗରିକ ଭାବେ ଅଭିହିତ କରି ପରିବେଶ ସୁରକ୍ଷା, ବୃକ୍ଷ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ।ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ସାହୁ ମାଆ ପାଇଁ ଗଛଟିଏ ଲଗାଇବା ସହ ରାଷ୍ଟ୍ର ପାଇଁ ଯୁବ ସମାଜ ସମର୍ପିତ ହେବାକୁ ପରାମର୍ଶ ଦେଇଥିଲେ।ଜିଲାର ବରିଷ୍ଠ ସମାଜିକ କର୍ମୀ ଅଶୋକ ପରିଡା ଯୋଗ ଦେଇ ଜିଲାରେ ଦ୍ରୁତ ଜଙ୍ଗଲ କ୍ଷୟ ରୋକିବା, ଜଙ୍ଗଲ ସୁରକ୍ଷା କରିବା, ଜୈବ ବିବିଧତାର ସୁରକ୍ଷା ଉପରେ ନିଜ ନିଜ ଗାଁରେ ପରିବେଶ ସୁରକ୍ଷା,ଭୃଗର୍ଭସ୍ଥ ଜଳସ୍ତର ବୃଦ୍ଧି ପାଇଁ ପଦକ୍ଷେପ ନେବା ଇତ୍ୟାଦି ଉପରେ ଯୁବ ସମାଜ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।ତିରିଶ ବର୍ଷ ତଳର ପ୍ରାକୃତିକ ପରିବେଶ ଓ ତାପମାତ୍ରା ସମ୍ପର୍କରେ ସୂଚନା ଦେଇ ବର୍ଷା ରୂତୁର ତାପମାତ୍ରା ଉପରେ ସୂଚାଇ ଦେଇଥିଲେ। କେନ୍ଦ୍ର ସରକାର ୧୯୮୦ଜଙ୍ଗଲ ଅଧିନିୟମରେ ପରିବର୍ତ୍ତନ କରି ୨୦୨୨ମସିହାର ସଂଶୋଧିତ ନିୟମରେ ଜଙ୍ଗଲକୁ ସିଧାସଳଖ କମ୍ପାନୀ ହାତକୁ ଟେକିଦେବାକୁ ଆଣିଥିବା ନିୟମରୁ ଓହରି ଜଙ୍ଗଲ ଜମି ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ନ ଦେବା ଆବଶ୍ୟକ।ଅଳ୍ପ କେତେକ ବିତ୍ତଶାଳୀ ବ୍ୟକ୍ତି ବାତାନୂକୂଳ ଘର ,ଗାଡି , କାର୍ଯ୍ୟାଳୟରେ ରହି ଉତ୍ତାପ ବୃଦ୍ଧି କରୁଥିବା ବେଳେ ସାଧାରଣ ଲୋକଟିଏ ଗ୍ରୀଷ୍ମ ଦିନେ ବାହିରିବା କଷ୍ଟକର ହେଉଥିବା ସୂଚନା ଦେଇଥିଲେ। ଏକ ପରିପକ୍ୱ ବୃକ୍ଷ ଟିଏ ୪୦/୫୦ଲକ୍ଷ ଟଙ୍କା ର ଉପକାର କରୁଥିବା ବେଳେ ୭-୮ଲକ୍ଷ ର ଅମ୍ଲଜାନ ଦେଇଥାଏ।ସହକାରୀ ବନ ସଂରକ୍ଷକ ମିଲନ କୁମାର ବାଗ ଜଙ୍ଗଲକୁ ନିଆଁଦାଉରୁ ରକ୍ଷା ,ଜଙ୍ଗଲ ଉପରେ ନିର୍ଭର ଶୀଳ ବ୍ୟକ୍ତିଙ୍କୁ ବିକଳ୍ପ ରୋଜଗାର ଦେବା, ମାଫିଆ କବଳରୁ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ସୁଚନା ଦେବା ସହ ବହୁତ ବୃକ୍ଷରାଜି ଲୋପ ପାଇଯାଇଥିବା କହିଥିଲେ।ଅଧ୍ୟାପକ ବିଭୂତି ଭୁଷଣ ଆଚାର୍ଯ୍ୟ ଜଙ୍ଗଲରେ ଜନ ବସତି ଗଢି ଉଠିବାରୁ ବନ୍ୟଜନ୍ତୁ ଜନବସତି ମୁଁହା ହେଉଥିବା ସୁଚନା ଦେଇ। ବାୟୁ ଓ ଜଳ ପ୍ରଦୂଷଣ ସମ୍ପର୍କରେ ବକ୍ତବ୍ୟ ରଖଥିଲେ।ଡିଜିଟାଲ ମାଧ୍ୟମରେ ବାର୍ତ୍ତା ପଠାଇବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସୂଚନା ଦେଇ ନିଜ ଗାଁ ରେ ଜଙ୍ଗଲ ସୁରକ୍ଷା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ।ଫାରେଲ ଅନୁଷ୍ଠାନ ପକ୍ଷରୁ ସମୟପଯୋଗୀ ସଚେତନତା କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ଜଣାଇ ଅଧ୍ୟାପକ ହିମାଂଶୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ପ୍ରକୃତି ପ୍ରେମୀ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

You might also like
error: Content is protected !!