ଡକ୍ଟରେଟ ଉପାଧିରେ ଭୂଷିତ ହେଲେ ବରିଷ୍ଠ କଳାକାର ଅକ୍ଷୟ କର୍ଣ୍ଣ

କନ୍ଧମାଳ,୨୯/୦୭:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ ର ରତଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଛୋଟ ଗାଁ ଜାର୍ଗିପଦର ଏହି ଗ୍ରାମର କାଶିନାଥ କର୍ଣ୍ଣ ଓ ମାତା କୌକେୟା କର୍ଣ୍ଣଙ୍କର ସୁପୁତ୍ର ଡକ୍ଚର ଅକ୍ଷୟ କୁମାର କର୍ଣ୍ଣ ଘଡ଼ିଆ ଇଣ୍ଡିଆଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ସହିଦ ନଗରସ୍ଥ ବିଷ୍ଣୁ ମନ୍ଦିର ନିକଟସ୍ଥ ସଭାଗୃହରେ 27/07 /25 ତାରିଖ ରେ HONARY DOCTORET AWAD ଦେଇଛନ୍ତି । ଓ କଳା,ସାହିତ୍ୟ,ଶିକ୍ଷା,ସଂସ୍କୃତି ତଥା ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରାପ୍ତ ହୋଇଥିବା ଜଣାପଡ଼ିଛି ।କନ୍ଧମାଳ ଜିଲ୍ଲା ର ପାରମ୍ପାରିକ ଲୋକ କଳାକୁ ଉଦ୍ ଜୀବୀତ ରଖିଛନ୍ତି, ଏକାଧାରରେ ସେ ଜଣେ ସୁସାହିତ୍ୟକ,କଳାକାର,ନାଟ୍ୟକାର,କଥାକାର ଭାବରେ ସୁ ପରିଚିତ । ତାଙ୍କର ସାମଗ୍ରିକ କୃତିତ୍ଵ କୁ ସମ୍ମାନ ଜଣାଇ ଏକ ବାର୍ଣ୍ଠାଡ଼୍ୟ ପରିବେଶରେ ଓଡ଼ିଶାର ଖ୍ୟାତି ସମ୍ପନ୍ନ ସୁସାହିତ୍ୟକ ତଥା ପ୍ରଶାସନିକ ଅଧିକାରୀ ଡ଼କ୍ଟର ଅଲେଖ ଚନ୍ଦ୍ର ପଡ଼ିଆରିଙ୍କ କରକମଳରେ ସମ୍ମାନ ସୂଚକ ଡକ୍ଚରେଟ ଉପାଧି ପ୍ରାପ୍ତ କରିଥିବା ଜଣାପଡ଼ିଛି ।ସେ କନ୍ଧମାଳ ଜିଲ୍ଲାପାରମ୍ପରିକ ଲୋକ କଳା ସଂଘର ସଭାପତି ଭାବେ କାର୍ଯ୍ୟରତ ଥିବା ବେଳେ ୨୦୧୦ ମସିହାରେ ଲୋକବନ୍ଧୁ ଉପାଧି,୨୦୧୪ମସିହାରେ ଦଧିତି ସମ୍ମାନ,୨୦୧୫ ପୁର୍ବତ୍ତନ ମୁକ୍ଷ ମନ୍ତ୍ରୀଙ୍କ ଠାରୁ ସମ୍ମନିତ,୨୦୧୯ ପଲ୍ଲିପରା ସମ୍ମାନ,୨୦୧୮ଅନ୍ୟାନ୍ୟ ଭୂମିପୁତ୍ର ସମ୍ମାନ,୨୦୨୦କବି ଗୌରବ ସମ୍ମାନ,୨୦୨୧ ଅନନ୍ୟା ଉତ୍କଳ ପୁତ୍ର ସମ୍ମାନ,୨୦୨୨ ରାଷ୍ଟ୍ରପୁତ୍ର ସମ୍ମାନ,୨୦୨୧ଆର୍ଯ୍ୟପୁତ୍ର ସମ୍ମାନ ଓ ୨୦୧୯ ମସିହାରେ ସାଂସ୍କୃତିକ ସନନ୍ଦ ଭଳି ଅନେକ ପୁରସ୍କାର ପ୍ରାପ୍ତ କରିଥିବା ଜଣାପଡ଼ିଛି । ଏହି ସଫଳତାର ଶ୍ରେୟ ସେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗରନାଥଙ୍କୁ ଦେବା ସହ ତାଙ୍କୁ ଭଲପାଉଥିବା ସମସ୍ତ ଶୁଭାକାଂକ୍ଷୀ ଗୁରୁଜନ ତଥା ଆତ୍ମୀୟ ସ୍ୱଜନମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।ତାଙ୍କର ଏହି ପରି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରିବା ସହ ଆଶ୍ରିବାଦ କରୁଥିବା ଦେଖିବାକୁ ମିଳୁଛି।

You might also like
error: Content is protected !!