କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଲାଞ୍ଜିପଲ୍ଲୀ ବାଇପାସ ଛକ ଠାରେ ଦୁର୍ଘଟଣା ବଢୁଛି l ଏଥିରୁ ବର୍ତ୍ତିବା ପାଇଁ ତୁରନ୍ତ ଓଭର ବ୍ରିଜ ନିର୍ମାଣ ଦାବି ଉଠିଛି l ବ୍ରହ୍ମପୁର ଜାତୀୟ ରାଜମାର୍ଗ କାର୍ଯ୍ୟାଳୟ ସମ୍ମୁଖ ରେ ଗଞ୍ଜାମ ଓକିଲ ସଂଘ ର ସଭାପତି ମନୋଜ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଧାରଣା ଦିଆଯାଇଥିଲା l ଏକ ସ୍ମାରକ ପତ୍ର ଜାତୀୟ ରାଜପଥ କତୃପକ୍ଷଙ୍କ ଜରିଆରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପ୍ରେରଣ କରାଯାଇଛି l ତୁରନ୍ତ ଓଭର ବ୍ରିଜ ନିର୍ମାଣ କାମ ଆରମ୍ଭ କରିବା କୁହାଯାଇଛି l ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରେ ଆଇନଜୀବୀ ଅବନୀ ଗୟା,ଆଇନଜୀବୀ ପ୍ରଣବ ପଣ୍ଡା,ଆଇନଜୀବୀ ତାରା ଚାନ୍ଦ ପାତ୍ର,ଆଇନଜୀବୀ ନଦିଆଚାନ୍ଦ ବିଶ୍ୱାଳ,ଆଇନଜୀବୀ କେ. ଗୌତମ ଦାସ,ଆଇନଜୀବୀ ପିଣ୍ଟୁ କୁମାର ପାତ୍ର , ଆଇନଜୀବୀ ରାଜେଶ ପଟ୍ଟନାୟକ ଓ ସମାଜସେବୀ ସୁଜିତ କୁମାର ତ୍ରିପାଠୀ, ଦଣ୍ଡପାଣି ରେଡ୍ଡୀଙ୍କ ସମେତ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ l

You might also like
error: Content is protected !!