ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଭଞ୍ଜନଗର ର ଦାବୀ ଜୟନ୍ତୀଗଡ ଓ ନେଟଙ୍ଗା ଗ୍ରାମକୁ ଐତିହାସିକ ମାନ୍ୟତା ମିଳୁ

ଭଞ୍ଜନଗର,ବବି ରଥ: ବରିଷ୍ଠ ନାଗରିକ ମଞ୍ଚ ଜୟନ୍ତୀ ଗଡ଼ ଓ ନେଟଙ୍ଗା ଗ୍ରାମରେ ଥିବା ଭଞ୍ଜବଂଶ ର ଇଷ୍ଟ ଦେବୀ କନକ ଦୁର୍ଗା, ବାସୁଦେବ ମନ୍ଦିର କାଷ୍ଠ ରେ ନିର୍ମିତ ରଘୁନାଥ ମନ୍ଦିର ପରିଦର୍ଶନ ରେ ଯାଇଥିଲେ. ଉଭୟ ଗ୍ରାମବାସୀ ଙ୍କ ତରଫରୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ.ଜୟନ୍ତୀ ଗଡ଼ ବାସୁଦେବ ମନ୍ଦିର କୃଷ୍ଣ ଭଞ୍ଜ ଲକ୍ସମନ ଭଂଞ୍ଜ ଙ୍କ ସମୟରେ 1704ଖ୍ରୀଷ୍ଟାବ୍ଦ ନିର୍ମିତ ହୋଇଥିବାବେଳେ ନେଟଙ୍ଗା ଗ୍ରାମର ରଘୁନାଥ ମନ୍ଦିର କାଷ୍ଠ ନିର୍ମିତ କାରୁକାର୍ଯ୍ୟ ଶ୍ରୀକର ଭଞ୍ଜଙ୍କ ସମୟର ବୋଲି ଜାଣିବାକୁ ପାଇଥିଲେ. ଏ ସବୁ ମନ୍ଦିର ଗୁଡିକର ପୁନଃରୁଦ୍ଧାର କରିବାକୁ ପରିଚାଳନା କମିଟି ଓସ୍ଥାନୀୟ ଯୁବସଙ୍ଘ ମଞ୍ଚ ସହ ଆଲୋଚନା କଲାବେଳେ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ ଜଣାଇଥିଲେ.

ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଭଞ୍ଜନଗର ର ଦାବୀ ଜୟନ୍ତୀଗଡ ଓ ନେଟଙ୍ଗା ଗ୍ରାମକୁ ଐତିହାସିକ ମାନ୍ୟତା ମିଳୁ

ମଞ୍ଚ ସ୍ଥାନୀୟ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ନୀଳମଣି ବିଷୋୟୀଙ୍କ ଧ୍ୟାନ ଆକର୍ଷଣ କରିବାସହ ଭୁବନେଶ୍ୱର ଉନ୍ନୟନ ମଞ୍ଚ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ସାହାଯ୍ୟ ଲୋଡିବେ ବୋଲି ପ୍ରକାଶ କରିଥିଲେ ମଞ୍ଚ ମଧ୍ୟ ମାଧବ ବରିଡା ଆଂନିକଟ ରେ ବୋଡା ନଦୀ, ବଡ ନଦୀ ଓ ଲୋହାରାଖଣ୍ଡି ର ତ୍ରିବେଣୀ ସଙ୍ଗମ ଦେଖି ବିଭୋର ହୋଇଥିଲେ. ଅଧ୍ୟାପକ ସନ୍ତୋଷ ବିଶ୍ୱାଳ, ଗୋପାଳ ଚନ୍ଦ୍ର ଲେଙ୍କା, ପ୍ରହଲ୍ଲାଦ ଲେଙ୍କା ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ, ଅଭିମନ୍ୟୁ ପଣ୍ଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ମଞ୍ଚ ର ସଭ୍ୟ ମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିଥିବା ଜଣାପଡିଛି.କାର୍ଯ୍ୟକାରୀ ସଦସ୍ୟ ଗୋବିନ୍ଦଚନ୍ଦ୍ର ଲେଙ୍କା ସଦସ୍ୟମାନଙ୍କୁ ନିଜଘରେ ଭୁରି ଭୋଜନରେ ଆପ୍ୟାୟିତ କରିଥିଲେ ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ପରିଭ୍ରମଣରେ ଯାଇଥିବା ସଦସ୍ୟ ମାନଙ୍କ ନେତୃତ୍ୱ ନେଇଥିଲେ l

ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଭଞ୍ଜନଗର ର ଦାବୀ ଜୟନ୍ତୀଗଡ ଓ ନେଟଙ୍ଗା ଗ୍ରାମକୁ ଐତିହାସିକ ମାନ୍ୟତା ମିଳୁ

You might also like
error: Content is protected !!