ଚନ୍ଦ୍ରଗିରି ହାଇସ୍କୁଲ ରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ହାଇସ୍କୁଲର ହିନ୍ଦୀ ଶିକ୍ଷକ ନିଲମ୍ବିତ

ଆର,ଉଦୟଗିରି(ମନୋଜ ପାଢୀ):-

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ହାଇସ୍କୁଲ ରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଚନ୍ଦ୍ରଗିରି ସରକାରୀ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧୂକାରୀ ମାୟାଧର ସାହୁ ନିଲମ୍ବନ କରିଥିବା ସୂଚନା ମିଳିଛି। ଚନ୍ଦ୍ରଗିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସରୋଜ କୁମାର ଭୂୟାଁ ନିଲମ୍ବିତ ହୋଇଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ ତୁମ୍ବି ତୋଫାନ ଚାଲିଥିବା ବେଳେ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନିଲମ୍ବନ ଆଦେଶ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ହୋଇଥିବା ବେଳେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ ଆର.ଉଦୟଗିରି ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।ସେହି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ହିନ୍ଦୀ ଶିକ୍ଷକ ବାରମ୍ବାର ଅସଦାଚରଣ କରିଥିଲେ।ଏନେଇ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ଶିକ୍ଷା ଅଧିକାରୀ ତ୍ବରିତ ପଦକ୍ଷେପ ନେଇ ଅଭିଯୋଗର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଥିଲେ।ଗତ ଜୁନ ୨୪ ରେ ତଦନ୍ତ ପାଇଁ ଟିମ ଚନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟରେ ପହଞ୍ଚୁଥିଲେ। ତଦନ୍ତକାରୀ ଟିମ୍ ର ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସମ୍ପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ପତ୍ର ସଂଖ୍ୟା ୩୬୯୪ ପ୍ରକାରେ ନିଲମ୍ବନ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

You might also like
error: Content is protected !!