କସ୍ତୁରବା ଗାନ୍ଧୀ ଛାତ୍ରୀନିବାସରେ ଝାଡ଼ାବାନ୍ତି: ଅନୁଧ୍ୟାନ କଲେ ମେଡିକାଲ ଟିମ୍

ଆର,ଉଦୟଗିରି,(ମନୋଜ ପାଢୀ):-

ଗଜପତି ଜିଲ୍ଲା ର ମୋହନା ବ୍ଲକରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ନିବାସରେ ଝାଡ଼ାବାନ୍ତିରେ 22 ଜଣ ଅନ୍ତେବାସୀ ଆକ୍ରାନ୍ତ ହେବା ଘଟଣାରେ ଆଜି ମେଡିକାଲଟିମ ପହଞ୍ଚି ସମସ୍ତ ଅନୁଧ୍ୟାନ କରିଛନ୍ତି । ଏହି ଛାତ୍ରୀ ନିବାସରେ ଗତ 4 ଦିନ ତଳେ ଝାଡା ବାନ୍ତି 22 ଜଣ ଛାତ୍ରୀ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ସେବା ଯୋଗାଇବା ପରେ 21 ଜଣ ଛାତ୍ରୀ ସୁସ୍ଥ ହୋଇଥିଲେ. ଏହି ଘଟଣା ଜାଣିବା ପରେ ଆକ୍ରାନ୍ତ ହୋଇଥିବା ଛାତ୍ରୀ ମାନଙ୍କୁ ସେମାନଙ୍କ ଅଭିଭାବକ ଆସି ନିଜ ନିଜ ଘରକୁ ନେଇ ଯାଇଥିବା ସୂଚନା ମିଳିଛି. ହେଲେ ଗୁରୁତର ଆକ୍ରାନ୍ତ ଥିବା ଛାତ୍ରୀ ସୁନିତା ପ୍ରଧାନଙ୍କୁ ଗତକାଲି ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ରେଫର କରାଯାଇଛି. ଏହି ଘଟଣା ପ୍ରଶାସନ ଜାଣିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ସମ୍ପୃକ୍ତ ଛାତ୍ରୀ ନିବାସକୁ ଯାଇ ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦେଇଥିଲେ. ଗଜପତି ସିଡ଼ିଏମ ଡା. ମୁବାରକ ଅଲ୍ଲୀ ଆଜି ଏକ ମେଡିକାଲଟିମକୁ ସେଠାକୁ ପଠାଇ ସମସ୍ତ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ । ମେଡିକାଲଟିମ ସମ୍ପୃକ୍ତ ଛାତ୍ରୀନିବାସରେ ଆଜି ପହଞ୍ଚି ସମସ୍ତ ଅନୁଧ୍ୟାନ କରି ଫେରିଥିବା ଜଣାଯାଇଛି ।

You might also like
error: Content is protected !!