ବାଲିଗୁଡା:୨୮/୭ :(ସୁକାନ୍ତ କୁମାର ତ୍ରିପାଠୀ)ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଲିଗୁଡ଼ା ଠାରେ ଗତକାଲି ସାମୂହିକ ମାତୃ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀ ରେ ପାଖାପାଖି ପ୍ରାୟ ୨୦୦ ମାଆଙ୍କ ର ଉପସ୍ଥିତ ଥିଲା। ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ସୁଧାଂଶୁ ମୋହନ ପତି ଓ ସମ୍ପାଦକ ଶ୍ରୀଯୁକ୍ତ ତୀର୍ଥବାସୀ ଘଡେ଼ଇ ମହୋଦୟ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶିଶିର କୁମାର ମହାପାତ୍ର ଉପସ୍ଥିତ ଅତିଥି ଗଣଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ମମତା ମହାରଣା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଉକ୍ତ ସମ୍ମିଳନୀରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଉତ୍ତରରୋତ୍ତର ଉନ୍ନତିରେ ମାଆ ମାନଙ୍କର ଗୁରୁତୂପୂର୍ଣ୍ଣ ଭୂମିକା ରହିଥାଏ । ତଥା ଶିଶୁ ର ସର୍ବାଙ୍ଗୀଣ ବିକାଶରେ ମାଆ ର ଭୂମିକା
ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନ ଆଚାର୍ଯ୍ୟ ମହୋଦୟ କହିଥିଲେ। ଶିଶୁ ବିଦ୍ୟାମନ୍ଦିର ର ବ୍ୟବସ୍ଥାରେ ମାତୃ ଶକ୍ତିର ସହଭାଗିତା ସମ୍ବନ୍ଧରେ ସମ୍ପାଦକ ଶ୍ରୀଯୁକ୍ତ ତୀର୍ଥବାସୀ ଘଡେ଼ଇ ମହୋଦୟ ଅନେକ ତଥ୍ୟ ପ୍ରଦାନ କରିଥିଲେ। ଏଥି ସହିତ ନିଜ ନିଜ ଘରେ ଶିଶୁମନ୍ଦିର ଆଚାର ପଦ୍ଧତି ର ପାଳନ କରିବାକୁ ଅନୁରୋଧ କରିଥିଲେ । ଏତଦ୍ ବ୍ୟତୀତ ନାଗରିକ ର କର୍ତ୍ତବ୍ୟ,କୁଟୁମ୍ବ ପ୍ରବୋଧନ,ସଂଘର ଶତବାର୍ଷିକୀ ପାଳନ ଓ ପଞ୍ଚ ପରିବର୍ତ୍ତନ ସମ୍ବନ୍ଧରେ ଅନେକ ଆକର୍ଷକ ବାର୍ତ୍ତା ପ୍ରଦାନ କରିଥିଲେ ।ଇତି ଅବସରରେ ବିଦ୍ୟାଳୟକୁ ସାମାଜିକ ଚେତନାର କେନ୍ଦ୍ର ଭାବେ ନିର୍ମାଣ କରିବା ଉଦ୍ଦେଶ୍ୟରେ ମାଆ ମାନଙ୍କୁ ନେଇ ” ମାତୃ ଭାରତୀ” ଗଠନ କରାଯାଇଥିଲା ଓ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରିବା ସହିତ ଶାନ୍ତି ମନ୍ତ୍ର ଓ ବନ୍ଦେ ମାତରଂ କରି ସମସ୍ତେ ନିଜନିଜ ଗୃହକୁ ପ୍ରସ୍ଥାନ କରିଥିଲେ ।
