କଳିଙ୍ଗାୟନ ତୋର୍ଯ୍ୟତ୍ରିକମ୍ ଆନୁକୁଲ୍ୟରେ ଆୟୋଜିତ ଶାସ୍ତ୍ରୀୟ ନୃତ୍ୟାତ୍ସବ “ନିମ୍ବସ୍” ଉଦଯାପିତ।

ଭୁବନେଶ୍ୱର,(ଏସ.ଏମ.ପି):-

କଳିଙ୍ଗାୟନ ତୋର୍ଯ୍ୟତ୍ରିକମ୍ ଆନୁକୁଲ୍ୟରେ ଆୟୋଜିତ ୨ ଦିନିଆ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାତ୍ସବ “ନିମ୍ବସ୍” ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଉଦଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବ ସନ୍ଧ୍ୟା ରେ ଅତିଥି ଭାବେ ଏକମ୍ର ବିଧାୟକ ବାବୁ ସିଂ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ- ନିର୍ଦ୍ଦେଶକ ସୁଚିସ୍ମିତା ମନ୍ତ୍ରୀ, କର୍ପୋରେଟର ରାମଚନ୍ଦ୍ର ରଣସିଂହ ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଅନୁଷ୍ଠାନ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶୀ ନୃତ୍ୟ ସାଙ୍ଗକୁ ଅନୁଷ୍ଠାନ ର ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଗୁରୁ ପୁଷ୍ପିତା ମିଶ୍ର, ସରୋଜ କୁମାର ଦେହୁରୀ, ନିରଞ୍ଜନ ପ୍ରଧାନ, ଶୁଭେନ୍ଦୁ ଦାସ ଓ ମିତା ଦାସ ଙ୍କ ଛାତ୍ରଛାତ୍ରୀମାନେ ଉଦ୍‌ଯାପନୀ ସନ୍ଧ୍ୟାରେ ନୃତ୍ୟ ପରିବେଷଣ କରିଥିଲେଏହି କାର୍ଯ୍ୟକ୍ରମ ରେ ୧୫୦ ଜଣ କଳାକାର ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ଅଂଶୁମାନ ମିଶ୍ର ଓଡ଼ିଶୀ ନୃତ୍ୟ ଗୁରୁ ପୁଷ୍ପିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶ୍ରୀୟାଶ୍ରୀ ପତି ଓ ସଂଯୋଜନା କରିଥିଲେ ଆଦ୍ୟାସା ମିଶ୍ର। ଏହି କାର୍ଯ୍ୟକ୍ରମ କୁ ତାରିଣୀ ନାୟକ, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ, ପ୍ରୀତି ପ୍ରିୟମ୍ବଦା, ସମ୍ପନ୍ନା ସ୍ୱାଇଁ ,ଅର୍ପିତା ପଣ୍ଡା , ପ୍ରାଚୁରିୟା ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।

You might also like
error: Content is protected !!