ଭଞ୍ଜନଗର,(ବବି ରଥ):-
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଭାବି ଘୁମୁସର ଜିଲ୍ଲା ହେବାକୁଥିବା ଏହି ଐତିହାସିକ ସହର କୁ କିଏବାନଜାଣେ, ଯେଉଁ ଅଞ୍ଚଳ ରେ ଦିନ -ରାତି ପ୍ରତେକ ସମୟ ରେ ଚଳଚଞ୍ଚଳ ରହୁଥିବା ପରିବେଶ ଏବେ ସତରେ ନିରବୀ ଯାଇଛି ପ୍ରଶାସନ ର ପଦକ୍ଷେପ ରେ. ଆପଣ ତାର ବାସ୍ତବ ଚିତ୍ର ଦେଖିବାକୁ ପାଇବେ ଆଜି କାଲି ର ବ୍ୟସ୍ତବହୁଳ ଜୀବନ ଭିତରେ ବିଶେଷ କରି ରାତ୍ର 9ଘଣ୍ଟ 45ମିନିଟ ପରେ ସତରେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ବିଚଳିତ କରୁଛି ଏହି ସବୁ ସ୍ଥାନ ରେ ଭିଡ଼ ପରିଲିକ୍ଷିତ ହଉଥିଲା ବିଗତ ଦିନ ମାନଙ୍କ ରେ, କିନ୍ତୁ ନିରବୀ ଯାଇଛି ସେଠାକାର ସମସ୍ତ ପରିସ୍ଥିତି କିନ୍ତୁ ଚିନ୍ତାରବିଷୟ ଏହାକି ଯେ -ଏଭଳି ପରିସ୍ଥିତି ରେ ଆବଶ୍ୟକ /ଜରୁରୀ କାମ ରେ ଜଣେ କେହି ଯିବା ଆସିବାରେ ଡର, ସନ୍ଦେହ ରହିଯାଉଛି କି ମୁଁ ମୋ କାମ ପାଇଁ ଯିବି ନା ଯିବିନି କାରଣ ପ୍ରଶାସନ ତରଫରୁ ଏଭଳି ପଦକ୍ଷେପ ଠିକ ହୋଇଥାଇପାରେ କିନ୍ତୁ ସର୍ବସାଧାରଣ ରେ ଏହା ଏକ ଚର୍ଚ୍ଚା ଏହାକିଯେ,ଏହା ଉପରେ ଯଦି ବିଚାର ବିମର୍ଶ କରି ପ୍ରତେକ ଛକ ଜାଗାରେ କେମେରା ସହିତ ଜଣଙ୍କୁ ରାତି ପହିଲା ପର୍ଯ୍ୟନ୍ତ ସେହି ଜାଗା ମାନଙ୍କ ରେ ଦାଇତ୍ୱ ଦିୟା ଯିବ ତେବେ ଏହା ଫଳପ୍ରଦ ହେଵା ସହ ସମସ୍ତ ବିଶୃଙ୍ଖଳିତ ପରିସ୍ଥିତି କୁ ମୁକାବିଲା ସହିତ ସାଧାରଣ ବ୍ୟକ୍ତି ଟିଏ ନିଜ କାମରେ ଯିବା ଆସିବା କରିପାରିଥାନ୍ତା.ଆଗକୁ ପ୍ରଶାସନ ତରଫରୁ ରାତ୍ର 10ଘଣ୍ଟ ପରେଦେଖିବାକୁ ମିଳୁଛି ସବୁ ଦୋକାନ ବଜାର ବନ୍ଦ କରୁଥିବା ସହିତ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ର ଯୋ ପ୍ରକ୍ରିୟା ରହୁଛି ଆଗାମୀ ଦିନ ରେ ତାହା ଏଭଳି ସମସ୍ତଙ୍କ ପାଇଁ ସମାନ ଦୃଷ୍ଟିଭଙ୍ଗୀ ରହିବ ନା ବଦଳିଯିବ ତାହା ସମସ୍ତଙ୍କ ମନରେ ଏହା ପ୍ରଶ୍ନବାଚୀ.