ଆର,ଉଦୟଗିରି(ମନୋଜ ପାଢୀ):-
ଗଜପତି ଜିଲ୍ଲା ବାଇକ୍ ଓ ଲୋନା ମଧ୍ୟରେ ମୂହାମୁହିଁ, ଚାଳକ ମୃତ ,ବାଇକ୍ ଚାଳକ ବାଇକ୍ ଛାଡି ଫେରାର । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି ବାଉଳିଆ ଗ୍ରାମର ପ୍ରଫୁଲ୍ଲ ସାହୁ l ପ୍ରତ୍ୟେକ ଦିନ ଭଳି ଆଜି ଗଜପତି ଜିଲ୍ଲା କୁ ଆସି ପନି ପରିବା ବ୍ୟବସାୟ କରୁଥିଲେ l ଆଜି ସକାଳେ ଗଜପତି ଗଞ୍ଜାମ ସୀମାନ୍ତ ଆର.ଉଦୟଗିରି ଥାନା ମାଛଘରା ନିକଟରେ ଦୁର୍ଘଟଣା ଘଟିଥିଲା l ସ୍ଥାନୀୟ ଲୋକେ ତାଙ୍କୁ ଅଚେତ ଅବସ୍ତାରେ ଚନ୍ଦ୍ରଗିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଆର.ଉଦୟଗିରି ପୋଲିସ ଖବର ପାଇଁ ପହଂଚି ଶବ ଜବତ କରିବା ସହ ବ୍ୟବ ଛେଦ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଦିଆଯାଇଛି ପୁଣି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ l