ଖବର ଦେବାର ୮ ଘଣ୍ଟା ପରେ ମଧ୍ୟ ଆସିଲାନି ଆମ୍ବୁଲାନ୍ସ…. ଶେଷରେ କାର ଭଡ଼ା କରି ଗର୍ଭବତୀଙ୍କୁ ଡାକ୍ତରଖାନା ନିଆଗଲା

ଆର,ଉଦୟଗିରି,(ମନୋଜ ପାଢୀ):-

ଗଜପତି ଜିଲ୍ଲାରେ ପ୍ରସବ ବେଦନା ଭୋଗୁ ଥିବା ମହିଳାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ବାରମ୍ବାର ବାରମ୍ବାର ନିବେଦନ କରିବା ପରେ ସୁଦ୍ଧା ଗାଁକୁ ଆସିଲାନି ଆମ୍ବୁଲାନ୍ସ । ୮ ଘଣ୍ଟା ଅପେକ୍ଷା କରିବା ପରେ ଶେଷରେ ବାଧ୍ୟହୋଇ ଏକ କାର ଭଡ଼ା କରି ଗର୍ଭବତୀ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ଅଭିଯୋଗ ହୋଇଛି । କେଉଁ କାରଣରୁ ଆମ୍ବୁଲାନ୍ସ ଆସିଲାନି ଏନେଇ ତଦନ୍ତ କରିବା କରି ବିହିତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସମ୍ପୃକ୍ତ ଗ୍ରାମବାସୀ ଦାବି କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ଝରଣପୁର ଗାଁରେ ଗତ ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୧ ଟାରେ ଗାଁର ସଞ୍ଜୟ ଭୂୟାଁଙ୍କ ପତ୍ନୀ ସୁବଧୂନି ଭୂୟାଁଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା. ଝରଣପୁର ଗାଁ ଦୁର୍ଗମ ଅଞ୍ଚଳରେ ଥ‌ିବା ସହ ଚନ୍ଦ୍ରଗିରି ମେଡିକାଲ ଠାରୁ ପ୍ରାୟ ୪୫ କିଲୋମିଟର ଦୂରତାରେରହିଛି । ଗୋଟିଏ ପଟେ ପ୍ରସବ ଯନ୍ତ୍ରଣା ଅନ୍ୟପଟେ ପଖରେ ନାହି ମେଡିକାଲ । ତେଣୁ ବାଧ୍ୟ ହୋଇ ରାତି ପ୍ରାୟ ଗୋଟାଏ ବେଳେ ଚନ୍ଦ୍ରଗିରି ରେ ଥିବା ୧୦୮ କଣ୍ଟ୍ରୋଲ ରୁମରୁ ଉତ୍ତର ଆସିଥିଲା ଯେ ଚନ୍ଦ୍ରଗିରିରୁ ଯାଉଛି । କିନ୍ତୁ ସକାଳ ୭ ଟା ସୁଦ୍ଧା କୌଣସି ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ଯ ହୋଇ ପରିବାର ଲୋକେ ଏକ କାର ଭଡ଼ା କରି ଚନ୍ଦ୍ରଗିରି ମେଡିକାଲ ଆଣିଥିବା କହିଛନ୍ତି ଗ୍ରାମବାସୀ. ସରକାର ଗରିବ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଥିବା ବେଳେ କର୍ମଚାରୀଙ୍କ ଏଭଳି ବେପରୁଆ ମନୋଭାବ ଯୋଗୁଁ ଅଧିକ ଟଙ୍କା ଖର୍ଚ୍ଚ କରି ଗର୍ଭବତୀ ମହିଳାଙ୍କୁ ମେଡିକାଲ ଆଣିବାକୁ ପଡ଼ିଲା ବୋଲି ଅଭିଯୋଗ ହୋଇଛି ।

You might also like
error: Content is protected !!