୧୮ ମାସର କୁନି ପୁଅ ଉତ୍ତମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ।

ଆର,ଉଦୟଗିରି(ମନୋଜ ପାଢୀ):-

ଗଜପତି ଜିଲ୍ଲା ମୋହନାର ଜିତେନ୍ଦ୍ର କୁମାର ବେହେରାଙ୍କ ୧୮ ମାସର ପୁଅ ଉତ୍ତମ କୁମାର ବେହେରା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ଜଣାପଡିଛି. ଏଠାରେ ସୂଚନାଯୋଗ୍ୟଯେ, ଉତ୍ତମ ୧୮ ମାସ ବୟସରେ ନିଜ ଗ୍ରାମ ଠାରୁ ଦେଶ, ନେତାଙ୍କ ନାମ, ଏ ଠାରୁ ଜେଡ୍, ୱାନ୍ ଠାରୁ ଟ୍ୱଣ୍ଟି, ଅ’ ଠାରୁ ଲ, ୧୨ ମାସ ଓଡ଼ିଆ, ବାର ମାସ ଇଂରାଜୀ, ସାତ ବାର ଓଡ଼ିଆ ଓ ଇଂରାଜୀ, ଯାନବାହାନ ନାମ, ଫଳ ଓ ପନିପରିବା, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଓଡ଼ିଆ ଓ ଇଂରାଜୀ, ରଙ୍ଗ, ପଶୁ ପକ୍ଷୀ ଚିହ୍ନିବା, ଗଣେଶ ବନ୍ଦନା, ମୋହା ମନ୍ତ୍ର, ବିଭିନ୍ନ ଶ୍ଳୋକ, ହନୁମାନ ଚାଳିଶା, ବିଭିନ୍ନ ଓଡିଆ ଇଂରାଜୀ ଗୀତ ନିଜ କୁନି ପାଟିରେ ନିଖୁଣ ଭାବେ କହି ପାରୁଛନ୍ତି। ଏତେ କମ୍ ବୟସରୁ ଏତେ ସବୁ ଜାଣିବା ପଛରେ ଉତ୍ତମ୍‌ଙ୍କ ମା କିରନ, ପିଉସୀ ବର୍ଷା ଓ ଉଷାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଏଥିପାଇଁ ଉତ୍ତମ୍ ୨୦୨୫ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ପ୍ରମାଣପତ୍ର, ଇଣ୍ଡିଆ ବୁକ୍, ଆଇକାର୍ଡ, କଲମ, ବେନ୍ଡ ଆଦି ପାଇଛନ୍ତି। ଉତ୍ତମ୍ ଏତେ କମ୍ ବୟସରୁ ସବୁ ପାଠ ଜାଣି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

You might also like
error: Content is protected !!