ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା l ଏଫ୍ ଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ବିରୋଧୀ ସରକାରଙ୍କୁ ଘେରିଛନ୍ତି l ଘଟଣାକୁ ନେଇ କଂଗ୍ରେସ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଥିଲା l ଅଖ ଚକ ବନ୍ଦ ରହିଥିଲା l ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରେଳ ପ୍ରଭlବିତ ହୋଇଥିଲା l ଯାତ୍ରୀ ଏବଂ ଲୋକେ ହୀନସ୍ତା ହୋଇଥିଲେ l କଂଗ୍ରେସ ଦଳ ମୋଟରସାଇକେଲ ରାଲି ବାହାର କରିଥିଲା l ସେହିଭଳି ବାମପନ୍ଥୀ ଦଳ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଥିଲା l ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିଲା l
