କୁକୁଡ଼ାଖଣ୍ଡି,(ଇ.ରଞ୍ଜନ):-
କୁକୁଡ଼ାଖଣ୍ଡି ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଏଫ୍ଏମ କଲେଜ ରେ ସମ୍ୟlଶ୍ରୀ ବିଶି ଙ୍କ ଜଳି ପଡ଼ି ମୃତ୍ୟୁ ହୋଇଥିବା ଘଟଣା କିଛି ଦିନ ଧରି ଘଟିଯାଇଥିବା ବେଳେ ସାରା ରାଜ୍ୟ ରେ ଚର୍ଚ୍ଚିତ ବିଷୟ ପାଲଟିଛି l ଏହି ଘଟଣା କୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ l ଏ ଘଟଣା ର ନ୍ୟାୟିକ ପଦକ୍ଷେପ ନେବା କୁ କଂଗ୍ରେସ ଏବଂ ବାମପନ୍ଥି ଦଳ ପକ୍ଷ ରୁ ସାରା ରାଜ୍ୟ ରେ ବନ୍ଦ ପାଳନ ଡାକରା ହୋଇଥିବା ବେଳେ କୁକୁଡ଼ାଖଣ୍ଡି ବ୍ଲକ ରେ ଏହି ବନ୍ଦ ଡ଼ାକରା କଂଗ୍ରେସ ଏବଂ ସିପିଆଇ ଏମ ଦଳ ପକ୍ଷ ରୁ ଆଜି କୁକୁଡ଼ାଖଣ୍ଡି ଗ୍ରାମ ଏବଂ ଆଙ୍କୁଶପୁର ଗ୍ରାମ ରେ ଥିବା ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଧ କରିବା ନିମନ୍ତେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି l ଏଥିରେ ଦିଗପହଣ୍ଡି କଂଗ୍ରେସ ବିଧାୟକ ପାର୍ଥି ତଥା ରାଜ୍ୟ କଂଗ୍ରେସର ସମ୍ପାଦକ ସାକା ସୁଜିତ୍ କୁମାର ଏବଂ ସିପିଆଇ ଏମ ନେତା ବିଧ୍ୟାଧର ଜେନା ଙ୍କ ନେତୃତ୍ୱ ରେ କୁକୁଡ଼ାଖଣ୍ଡି ଅଞ୍ଚଳ ବନ୍ଧ ପାଳନ ସଫଳ ହୋଇଛି ଶ୍ରୀ ସୁଜିତ୍ ମତପ୍ରକାଶ କରଛନ୍ତି ସମ୍ୟାଶ୍ରୀ ବିଶି ସରକାର ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିଥିଲେ ମଧ୍ଯ ତାଙ୍କୁ ନ୍ୟାୟ ଦେବା ରେ ସରକାର ପ୍ରଶାସନ ବିଫଳ ହୋଇଥିବା ସହ ସମିୟା ଙ୍କୁ ଅଗ୍ନି ରୁ ଉଦ୍ଧାର କରିଥିବା ଯୁବକ ଜ୍ୟୋତି ପ୍ରକାଶ ବିଶ୍ଵାଳଙ୍କ ସ୍ବାସ୍ଥ୍ୟ ବିକାଶ ଉପରେ ସରକାର ପଦକ୍ଷପ ନେବା କୁ ଦାବି କରିଛନ୍ତି l କଂଗ୍ରେସ ର ଦୁଇଟି ଟିମ୍ ବ୍ଲକ ସଭାପତି ପି ଶିବ ପ୍ରସାଦ ଦୋରା ଙ୍କ ପକ୍ଷରୁ କିଛି କଂଗ୍ରେସ୍ ଆଞ୍ଚଳିକ ନେତା କର୍ମୀ ପ୍ରଥମେ କୁକୁଡ଼ାଖଣ୍ଡି ରୁ ଆରମ୍ଭ କରିଥିବା ବେଳେ କାର୍ଯ୍ୟାଳୟ ଗୁଡ଼ିକ ରେ କାର୍ଯ ଏବଂ ବୈଠକ କୁ ସାକା ସୁଜିତ୍ କୁମାର ଏବଂ କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ, ପୂର୍ବତନ ଅଙ୍କୁଶପୁର ସରପଞ୍ଚ ବିଦ୍ୟାଧର ଜେନା ଙ୍କ ନେତୃତ୍ବ ରେ ଶତାଧିକ କର୍ମୀ କୁକୁଡ଼ାଖଣ୍ଡି ବ୍ଲକ ରାଜୀବ ଗାନ୍ଧୀ ସମ୍ମିଳନୀ କକ୍ଷ ରେ ଚାଲିଥିବା ନିର୍ବାଚନ ସମ୍ବନ୍ଧୀୟ ବୈଠକ କୁ ବନ୍ଦ୍ କରିଥିବା ବେଳେ ତହସିଲ କାର୍ଯ୍ୟାଳୟରେ କର୍ମଚାରି ଙ୍କୁ କାର୍ଯ ବନ୍ଧ ସହ ଅଫିସ ତାଲା ପକାଇବା ନିମନ୍ତେ ଦାବି କରିଥିଲେ l ଅଫିସ ଗେଟ୍ ବନ୍ଦ୍ କରିବା ପର୍ଯନ୍ତ୍ ସେଠାରେ ବସିରହିଥିଲେ l
