ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର,(ବିଚିତ୍ର ସାହୁ):-

କୁକୁଡାଖଣ୍ଡି ବ୍ଲକ ବାଲିପଡା ସ୍ଥିତ ମହୁରୀ କାଳୁଆ ଜୁନିୟର କଲେଜରେ ବିଶ୍ୱ ସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଦେଖାଯାଉଥିବା ସାପକୁ ଚିହ୍ନିବା, ସାପ କାମୁଡିଲେ ପ୍ରାଥମିକ ଚିକିତ୍ସା, ସମେତ ବନ୍ୟପ୍ରାଣୀ ଆଇନରେ ସାପର ସୁରକ୍ଷାକୁ ନେଇ ଥିବା ପ୍ରାବଧାନ ବିଷୟରେ ପିପିଟି ମାଧ୍ୟମରେ ବୁଝା ଯାଇଥିଲା। ଏହାପରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମରେ ଯେଉଁସବୁ ବିଷୟ ବୁଝା ଯାଇଥିଲା ସେଥିମଧ୍ୟରୁ କିଛି ବିଷୟକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଠିକ ଉତ୍ତର ପ୍ରଦାନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ବିଷୋୟୀ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଉମେଶ କୁମାର ପାତ୍ର, ଏ. ସତ୍ୟ ନାରାୟଣ ସେନାପତି, ତ୍ରିପତି ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ୱାରା ୧୦ ଜଣ ସର୍ପ ଉଦ୍ଧାରକଙ୍କୁ ସମ୍ମାନିତ କରାଯାଇଥିଲା। ବ୍ରହ୍ମପୁର ସବୁଜ ବାହିନୀ କୋଷାଧ୍ୟକ୍ଷ ଏମ. ଦିଲ୍ଲୀପ କୁମାର ମଞ୍ଚ ପରିଚାଳନା କରିଥିବା ବେଳେ ଷ୍ଟେପ ଅନ ନେଚରର ସଂଯୋଜକ ସ୍ୱାଧୀନ ସାହୁ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ଏଥିରେ ଆଞ୍ଚଳିକ ବିକାଶ ପରିଷଦର ବିଜେନ୍ଦ୍ର ମାଝୀ, ଧର୍ମରାଜ ପାତ୍ର, ନଳିନୀକାନ୍ତ ପରିଡା, ସବୁଜ ବାହିନୀର ଏ. ପ୍ରକାଶ, ଗଣେଶ ପାଣିଗ୍ରାହୀ, ଅରବିନ୍ଦ ଦେଶୀବେହେରା, ଷ୍ଟେପ ଅନ ନେଚରର ଶ୍ରୀକାନ୍ତ ନାହାକ, ସନ୍ଦୀପ ସେଠୀ, ତାରା ପ୍ରସାଦ ଦାଶ, ତ୍ରିଲୋଚନ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Smart Computer Ad
You might also like
error: Content is protected !!