ମୋଟୁ ଅଞ୍ଚଳରେ ସାମ୍ୱାଦିକ ଙ୍କୁ ହତ୍ୟା ନେଇ ଗଞ୍ଜାମ ଜିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ପ୍ରତିବାଦ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ମାଲକାନାଗିରି ଜିଲ୍ଲା ମୋଟୁ ଥାନା ଅଂଚଳରେ ୱେବ୍‌ ଚାନେଲ ସାମ୍ବାଦିକ ସି.ଏଚ୍ ନରେଶଙ୍କ ହତ୍ୟାର ଅନୁସନ୍ଧାନ, ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦାବିନେଇ ବୁଧବାର ଦକ୍ଷିଣାଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ଡିଜିଟାଲ ମିଡିଆ ଏସୋସିଏସନ୍ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରି ଘଟଣା ନେଇ ଏସୋସିଏସନ୍‌ର କର୍ମକର୍ତାମାନେ ଦୃଢ଼ ନିନ୍ଦା କରିବା ସହ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ କରିବା ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଥିଲା। ବିଭିନ୍ନ ଦାବିନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ସଭାପତି କୃଷ୍ଣଚନ୍ଦ୍ର ପାଳ, ସମ୍ପାଦକ ସଂଜୟ କୁମାର ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ୍ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା, ବରିଷ୍ଠ ସାମ୍ବାଦିକ ରବିରଥ, ଶକ୍ତିଧର ରାଜଗୁରୁ, ସୁଦୀପ ସାହୁ ,ରାଜେଶ ସାହୁ, ପଦ୍ମ ଚରଣ ଦାସ, ବାଳକୃଷ୍ଣ ସାହୁ, ଜଟ ସାହୁ, ସୁରେଶ ବେହେରା, ହୃଷିକେଶ ପଣ୍ଡା, ଜଗନ୍ନାଥ ପଣ୍ଡା,ଗୋପାଳକୃଷ୍ଣ ରେଡୀ, ଭୁନନ୍ଦନ କୃଷି ବିଶାରଦ, ମାନସ ରଜନ ପଟନାୟକ, ରାକେଶ ପାତ୍ର, ଅଜୟ କୁମାର ସ୍ବାଇଁ, ବିଶ୍ଵନାଥ ମଲଣା,କୃଷ୍ଣ ସାହୁଙ୍କ ସମେତ ଅନ୍ୟାନ୍ୟ ସଂଘ କର୍ମକର୍ତା ଉପସ୍ଥିତ ଥିଲେ ।

Smart Computer Ad
You might also like
error: Content is protected !!