ବିଜେଡି ଠିକାଦାର ଙ୍କ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ହତ୍ୟା ଧମକ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାଶ):-

ଗଞ୍ଜାମ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନରେ ବି ଜେ ପି ନେତା ଙ୍କ ଓଏସ ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ଗୁଣ୍ଡାରାଜ ଚାଲିଥିଲା ବେଳେ ପୁରୁଷୋତ୍ତମ ପୁର ଏନ ଏ ସି ଅଫିସ ରେ ମଧ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା ଙ୍କୁ କିଛି ବି ଜେ ଡି ର ଠିକାଦାରମାନେ ଅଫିସ ଭିତରେ ପଶି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ବନ୍ଧୁକ ମୁନରେ ମାରିଦେବା ପାଇଁ ଧମକ ଦେଇଥିଲେ | ବିଚାରା ନିରୀହ ଅନୁସୂଚିତ ଜନଜାତି ଅଧିକାରୀ ଜଣଙ୍କ ଯେତେ ନେହୁରା ହୋଇ ସେମାନଙ୍କୁକାକୁତି ମିନତୀ କରି ଯେତେ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ଯ ରକ୍ତ ମୁଖା ଠିକାଦାର ମାନେ ସେମାନଙ୍କ କଥାକୁ ନ ଶୁଣି ଆହୁରି ବହୁତ ଭାବେ ଗାଳି ଗୁଲଜ କରିଥିଲେ | ଏହି ଦୃଶ୍ୟ ଦେଖି ଅଫିସ ରେ ଉପସ୍ଥିତ ଥିବା କିଛି କର୍ମଚାରୀ ଶୋଲେ ରେ ଗବର ସିଂଯେପରି ବନ୍ଧୁକ ଦେଖେଇଲା ଭଳି ଦ୍ରୁଶ୍ୟ ଦେଖି ଷ୍ଟାଫ ମାନେ ଭୟରେ ନିଜ ନିଜ ରୁମ୍ ରେ ପଶି ଯାଇଥିଲେ | ଏବେ ଆସିବା ମୁଖ୍ୟ ଘଟଣା କୁ ଯେ କାହିଁକି ଠିକାଦାର ମାନେ ଏଭଳି ଅପରାଧିକ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିଲେ | ବି ଯେ ଡି ସରକାର ର ୨୪ ବର୍ଷ ଶାସନାଧୀନ ଭିତରେ କିଛି ଠିକାଦାର ଅଧିକାରୀ ମାନଙ୍କୁ ଖୋସାମତ କରି ମାଲା ମାଲ ହୋଇଯାଇଥିଲେ | ସେତେବେଲେ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଙ୍କ ଛତ୍ର ଛାୟାରେ ବହୁ ଠିକାଦାର ଆଶ୍ରୟ ନେଇଥିଲେ ସେତେବେଳେ ବିନା ଟେଣ୍ଡର ଓ କାର୍ଯ୍ୟାଦେଶ ରେ ଏଇ ଠିକାଦର ମାନଙ୍କୁ କୋଟି କୋଟି ଟଙ୍କାର କାର୍ଯ୍ୟ କରିବା ପାଇଁ କୁହା ଯାଇଥିଲା | ଏଥିରେ ସେମାନେ ବହୁତ ଅର୍ଥ ଆତ୍ମସାତ୍ କରିଥିଲେ | ହେଲେ କିଏ ଜାଣିଥିଲା ଠିକଣା ବେଳେକୁ ବିରାଡ଼ି ଛିଙ୍କି ଦେବ ବୋଲି | ତେବେ ଚତୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏମାନଙ୍କ ମୁଣ୍ଡରେ ଅଠା ବୋଳି ତାଙ୍କର କମିଶନ ଅର୍ଥ ନେଇ ଅନ୍ୟତ୍ର ବଦଳି ହୋଇ ଚାଲି ଯାଇଥିଲେ | ବିଚରା ଠିକାଦାର ମାନେ ଯେତେବେଳେ ପ୍ରକୃତ କାରଣ ଜାଣିଲେ, ତାଙ୍କର ପାଦ ତଳୁ ମାଟି ଖସିଯାଇଥିଲା | ଧାରା କରଜ କରି କିଛି ପାଇବାର ଆଶା ନେଇ ଯେଉଁ କାମ କରିଥିଲେ ତାହର ଅର୍ଥ ତ ମିଳିଲା ନାହିଁ ବରଂ କିଛି ସାହୁକାରଙ୍କ ଆକ୍ରୋଶର ଶିକାର ହୋଇଥିଲେ ସେମାନେ | ଦୁଖଃ ଏବଂ ଲଜ୍ଜାରେ ଜର ବିକଳରେ ତାଟିଆ କାମୁଡ଼ିଲା ଭଲି ନିରପରାଧ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅର୍ଥ ପାଇଁ ଏଭଳି ପଦକ୍ଷେପମାନ ନେଇଥିଲେ | ସେ ଅବା କୁଆଡୁ ଆଣି ଅର୍ଥ ଏମାନଙ୍କୁ ଦେବେ, କାରଣ ଏହିକାର୍ଯ୍ୟ ର କିଛି ଟେଣ୍ଡର ହୋଇ ନାହିଁ | ତେଣୁ ସେ କେତେ ଚେଷ୍ଟା କଲେ ମଧ୍ୟ ଦେଇ ପାରିବେ ନାହିଁ | ଓ ଏହି ଦୁର୍ନୀତି ର କାମ ନେଇ ଲୋକାୟତ ଏବଂ ଭିଜିଲାନ୍ସ କେଶ ସୌମ୍ୟ ରଞ୍ଜନ ମିଶ୍ରଙ୍କ ନାମରେ ରହିଛି | ଏହି ଘଟଣା ଉପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦଣ୍ଡସେନା ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟ ଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କୁ ଲିଖିତ ଅଭିଯୋଗ କରିଥିବାର କହିଛନ୍ତି | ତେବେ ସେପଟେ ବି ଜେ ପି ନେତାଙ୍କ ଅମାନୁଷିକ କାର୍ଯ୍ୟ କଳାପକୁ ଦୃଢ଼ ହସ୍ତରେ ଦମନ କରି ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବ୍ୟୁରୋକାଟ ମାନଙ୍କ ମୁହଁ ରେ ହସ ଫୁଟେଇ ଥିବା ବେଳେ ଏପଟେ ବି ଜେ ଡି ଠିକାଦାର ଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ସହର ଵାସି ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚାହିଁ ବସିଛନ୍ତି |

Smart Computer Ad
You might also like
error: Content is protected !!