ଗଞ୍ଜାମ ଜିଲ୍ଲା ଫୂଟବଲ ଲିଗ ୨୦୨୫

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଗଞ୍ଜାମ ଜିଲ୍ଲା ଫୂଟବଲ ଲିଗ ର ଆଜି ଦୁଇଟି ମ୍ୟାଚ ହୋଇଥିଲା। ପ୍ରଥମ ମ୍ୟାଚ ସକାଳେ ଗ୍ରୀନ ଚିଲି ପଦ୍ମନାଭପୁର ଏଫ. ସି ସହ ନାଇଟ୍ ଏଫ. ସି ମଧ୍ୟରେ ହୋଇଥିଲା। ଗ୍ରୀନ ଚିଲି ପଦ୍ମନାଭପୁର ଏଫ. ସି ୦୪ ଗୋଲ ଓ ନାଇଟ୍ ଏଫ୍. ସି କ୍ଲବ କୋଣସି ଗୋଲ କରିପାରି ନଥିଲେ ଏଥି ସହ ଗ୍ରୀନ ଚିଲି ପଦ୍ମନାଭପୁର ଏଫ. ସି ବିଜୟ ହାସଲ କରିଥିଲେ। ଦ୍ଵିତୀୟ ମେଚ ସାନ୍ଧ୍ୟ ରେ ବାରାର୍କ ଏଫ. ସି ସହ ପତିତପାବନ ସଙ୍ଘ ଦଳ ସହ ହୋଇଥିଲା। ଏହି ମ୍ୟାଚ ରେ ପତିତପାବନ ସଙ୍ଘ ଦଳ କ୍ଲବ ୦୧ ଗୋଲ କରିଥିଲେ ଏବଂ ବାରାର୍କ ୦୪ ଗୋଲ କରି ବିଜୟ ହାସଲ କରିଛନ୍ତି।ଆଜି ର ମ୍ୟାଚ ରେଫେରୀ ଥିଲେ ଶ୍ରୀ ଭିନସେଣ୍ଟ ଦାସ, ରମେଶ ଚନ୍ଦ୍ର ବେହେରା, ଅଭିମନ୍ୟୁ ବେହେରା ଓ ରମାକାନ୍ତ ବିଷୋୟୀ, ଗୋପାଳ ଚନ୍ଦ୍ର ପଣ୍ଡା।ଆଜି ର ମ୍ୟାଚ ରେ ପୂର୍ବତନ ଏବଂ ବରିଷ୍ଠ ଖେଳାଳି ମାନେ ଯୋଗଦେଇଥିଲେ ପୂର୍ବତନ ଫୂଟବଲ ଖେଳାଳି ଏଲ୍. କେ ରାଓ ରେଡି, ଶ୍ରୀ ଡି. ଆପାରାଓ ,ଶ୍ରୀ ବିଜୟୀ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି. ଡି. ଗନ୍ତାୟତ, ରାଜେନ୍ଦ୍ର ଗନ୍ତାୟତ, ଗୋପାଳ ପଣ୍ଡା, ପ୍ରମୋଦ ମହାରଣା, ରାଜେନ୍ଦ୍ର ସାହୁ, ବି. ଜେ ପାତ୍ର, ଜି. ଏମ ବାବୁ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ଶ୍ରୀ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।

Smart Computer Ad
You might also like
error: Content is protected !!