ସ୍ଥାନୀୟ ହିଲପାଟଣା ତୃତୀୟ ସମ୍ପ୍ରସାରଣ ଲାଇନ ସ୍ଥିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ହିମାଂଶୁ ଜ୍ୟୋସ୍ନା ପଟ୍ଟନାୟକଙ୍କ ବଗିଚାରେ ବିରଳ ବ୍ରହ୍ମକମଳ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ସ୍ଥାନୀୟ ହିଲପାଟଣା ତୃତୀୟ ସମ୍ପ୍ରସାରଣ ଲାଇନ ସ୍ଥିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ହିମାଂଶୁ ଜ୍ୟୋସ୍ନା ପଟ୍ଟନାୟକଙ୍କ ବଗିଚାରେ ବିରଳ ବ୍ରହ୍ମକମଳ ଫୁଠିଥିବାର ଦେଖାଯାଇଛି l ଉଲ୍ଲେଖଯୋଗ୍ୟ ଯେ ଏକାଥରକେ ଦଶଟି ବ୍ରହ୍ମକମଳ ଫୁଟିବା କିଛି ଅଲୌକିକ ଘଟଣା ଠାରୁ କମ ନୁହେଁ l ଏହା ଦେଖିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥଲା l ଗତ ମାସରେ ମଧ୍ୟ ଶ୍ରୀମତୀ ପଟ୍ଟନାୟକଙ୍କ ବଗିଚାରେ ବ୍ରହ୍ମକମଳ ଫୁଟିଥିବା ଦୃଷ୍ଟିଗୋଚର ହୋଇଥିଲା l ମା ‘ ସରୋଜିନୀ ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶ୍ରୀମତୀ ହିମାଂଶୁ ଜ୍ୟୋସ୍ନା ପଟ୍ଟନାୟକ ଜଣେ ଆଧ୍ୟାତ୍ମିକ ମହିଳା ହୋଇଥିବା ବେଳେ, ଆଙ୍କୁଲି ଠାରେ ମା ‘ କନକ ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା କରିଥିବା ଦେଖାଯାଇଛି l ଏତେ ସଂଖ୍ୟାରେ ବିରଳ ବ୍ରହ୍ମ କମଳ ତାଙ୍କ ବଗିଚାରେ ଫୁଟିବା ଈଶ୍ୱରଙ୍କ ଆଶୀର୍ବାଦ ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଥିବା ଦେଖାଯାଉଛି l

Smart Computer Ad
You might also like
error: Content is protected !!