ଲବଣଗିରି କ୍ଷେତ୍ର ରଥଯାତ୍ରା, ଆଡପ ମଣ୍ଡପରେ ବିଜେ କଲେ ଭାଇ ଭଉଣୀ ସହ ମହାପ୍ରଭୁ

ଜଟଣୀ,(ସାଂଜୀବ କୁମାର):- ଶୁକ୍ରବାର ଲବଣଗିରି ପାହାଡ଼ ଉପରୁ ଦେଉଳରୁ ବାହାରି ରଥରେ ବସି ମାଉସୀ ଘରକୁ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି |ପାଞ୍ଚଗାଁ ସ୍ଥିତ ମାଉସୀ ମା ମନ୍ଦିର ଆଡପ ମଣ୍ଡପରେ ଭାଇ ଭଉଣୀ ସହ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ | ରଥଯାତ୍ରା ସଂପର୍ଣ୍ଣ ହେବା ପରେ ଆଜି ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ଆଡପ ମଣ୍ଡପ କୁ ବିଜେ କରିଛନ୍ତି ।ଆଜି ସକାଳେ ରଥ ଉପରେ ମହାପ୍ରଭୁ ଙ୍କର ଦୈନଦିନ ନୀତି ମଙ୍ଗଳା ଆଳତୀ, ଅବକାଶ, ବେଶ ଲାଗି, ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସଂନ୍ଧ୍ୟା ଆଳତୀ ଓ ସଂନ୍ଧ୍ୟା ଧୂପ ସରିବା ପରେ ଚାର ମାଳ ବନ୍ଧାଯିବା ସହ ରଥରୁ ଅଶ୍ୱ ମାନଙ୍କୁ ଓହ୍ଲାଇ ଦିଆଯାଇଥିଲା ।ପରେ ପରେ ଚକ୍ରରାଜ୍ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଙ୍କୁ ପହଣ୍ଡି ବିଜେ କରାଯାଇ ଆଡପ ମଣ୍ଡପକୁ ନିଆଯାଉଛି।ମନ୍ଦିରରେ ବର୍ଷତମାମ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳିନଥାଏ ଆଡପ ମଣ୍ଡପରେ ବହୁତ ପୁଣ୍ୟ ମିଳିଥାଏ ବୋଲି କଥିତ ଅଛି।

You might also like
error: Content is protected !!