ବାଲିଗୁଡା ରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ମତ୍ସ୍ୟ ଅବତାର ବେଶ


ବାଲିଗୁଡା,୨୮/୦୬:(ସୁକାନ୍ତ କୁମାର ତ୍ରିପାଠୀ)ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ଶନିବାର ଚତୁର୍ଦ୍ଧାମୂର୍ତ୍ତୀଙ୍କ ମତ୍ସ୍ୟ ଅବତାର ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନକରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା ସହ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ନବ ଦିନାତ୍ମକ ଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଗୁଣ୍ଡିଚା ମନ୍ଦିର ପରିସରରେ ଶନିବାରବାଲିଗୁଡା ରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ମତ୍ସ୍ୟ ଅବତାର ବେଶବାଲିଗୁଡା ରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ମତ୍ସ୍ୟ ଅବତାର ବେଶବାଲିଗୁଡା ରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ମତ୍ସ୍ୟ ଅବତାର ବେଶ ପ୍ରଥମ ଦିନ ସନ୍ଧ୍ୟାରେ ପ୍ରବକ୍ତା ସୂର୍ଯ୍ୟ ନାରାୟଣ ଦାସ ଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଓ଼ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି l

You might also like
error: Content is protected !!