ବାଲିଗୁଡାରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ

କନ୍ଧମାଳ,୨୮/୦୬[ସୁକାନ୍ତ କୁମାର ତ୍ରିପାଠୀ] ହଜାର ହଜାର ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଥିଲା ବାଲିଗୁଡା ସହର, ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମିତି, ବିଭିନ୍ନ ଯୁବକ ସଂଘ, ମହିଳା ସଂଘ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ

ବାଲିଗୁଡାରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ

ସହଯୋଗ କରିଥିଲେ lଏ ନେଇ ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରୀଗୁଣ୍ଡିଚା ନୀତି ନିର୍ଘଣ୍ଟ ଅନୁସାରେ ସକାଳେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ଓ ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ନୀତି ବଢ଼ି ବେଶ ଶେଷ ହୋଇଥିଲା l ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଖେଚୁଡ଼ି ଭୋଗ ଶେଷ ହେବା ପରେ ରଥ ପ୍ରତିଷ୍ଠା ହୋଇଥିଲା । ମଙ୍ଗଳାର୍ପଣ ପରେ ଦାରୁଦିଅଁଙ୍କ ପହଣ୍ଡି

ବାଲିଗୁଡାରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ

ଆରମ୍ଭ ହୋଇଥିଲା, ପହଣ୍ଡି ସରିବା ପରେ ଠାକୁରଙ୍କୁ ଚିତା ଲାଗି କରାଯାଇଥିଲା । ଠାକୁରଙ୍କ ବେଶ ସାଜସଜ୍ଜା ଶେଷ ହେବା ପରେ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରା ପହଁରା ନୀତି, ଏଥିରେ ତିନୋଟି ଯାକ ରଥ ଉପରେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଉପସ୍ଥିତ ରହି ଛେରା ପହଁରା କରିଛନ୍ତି । ପରେ ପରେ ଚାରମାଳ ଫିଟା ହେବା ପରେ ହଜାର ହଜାର ଭକ୍ତ ଜଗନ୍ନାଥ ଓ଼

ବାଲିଗୁଡାରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ

ବଳଭଦ୍ର ରଥ କୁ ଟାଣି ନେଇଥିବା ବେଳେ ସୁଭଦ୍ରା ରଥ କୁ କେବଳ ମହିଳା ଭକ୍ତ ମାନେ ହିଁ ଟାଣିଟାଣି ମାଉସୀ ମା’ ଙ୍କ ମନ୍ଦିର ନିକଟରେ ପହଞ୍ଚାଇଥିଲେ। ଅଗଣିତ ଭକ୍ତ ଙ୍କ ଗହଣରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରେ ରଥାରୂଢ଼ ହୋଇଥିଲେ ଦାରୁବ୍ରହ୍ମ ।ସନ୍ଧ୍ୟା ରେ ମାଉସୀ ମା’ ଙ୍କ ଠାରେ ପହଞ୍ଚିବା ପରେ ସନ୍ଧ୍ୟା ଆଳତୀ ହଜାର ହଜାର ଭକ୍ତଙ୍କ ଗହଣରେ ହୋଇଥିଲା।ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି

ବାଲିଗୁଡାରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ

ରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ସମଗ୍ର ଅଞ୍ଚଳରେ କଡା କଡ଼ି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

Smart Computer Ad
You might also like
error: Content is protected !!