ଗାନ୍ଧୀ ନଗର ଛକରେ ବଢୁଛି ଦୁର୍ଘଟଣା ହମ୍ପସ୍ ନିର୍ମାଣ କରାଯାଉ କାହ୍ନୁ ଚରଣ ପତି ଙ୍କ ଦାବି

ବ୍ରହ୍ମପୁର,(ବିଚିତ୍ର ସାହୁ):-

ସହରର ଜନଗହଳି ପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ଗାନ୍ଧୀ ନଗର ଛକ। ପ୍ରତିଦିନ ହଜାର ହଜାର ଯାତ୍ରୀ ଓ ଗାଡି ଚାଳକ ଏହି ରାସ୍ତା ଉପରେ ନିର୍ଭର। କିନ୍ତୁ ଏହି ପ୍ରମୁଖ ଛକ ଏବେ ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଏଠି ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ଅନେକ ଲୋକ ଆହତ ହେଉଥିବା ନଜରକୁ ଆସୁଛି। ଉକ୍ତ ଛକରୁ ଚାରିପଟକୁ ରାସ୍ତା ରହିଛି। ଦ୍ରୁତ ଗତିରେ ଗାଡି ଚାଳକ ମାନେ ଯେ କୌଣସି ସମୟରେ ଆସୁଥିବାରୁ ପରସ୍ପର ଧକ୍କା ହୋଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏହି ଛକରେ ସକାଳ ଓ ସନ୍ଧ୍ୟା ସମୟରେ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ସେହିପରି ଉକ୍ତ ଅଂଚଳରେ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ରହିଛି। ସ୍କୁଲ/କଲେଜ ଯିବା ପାଇଁ ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ଗାଡି ତ ଦୂରର କଥା ଚାଲିକି ଯିବାକୁ ମଧ୍ୟ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ଉଚିତ୍ ମନେ କରୁନାହାନ୍ତି। ତେଣୁ ତୁରନ୍ତ ମହାନଗର ନିଗମ ଏ ପ୍ରତି ଦୃଷ୍ଟି ଦେଇ ଏହି ଛକରେ ହମ୍ପସ୍ ନିର୍ମାଣ କରିବାକୁ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଦାବି କରିଛନ୍ତି। ଯାହା ଫଳରେ ଛକରେ ଘଟୁଥିବା ଦୁର୍ଘଟଣା ହ୍ରାସ ପାଇବା ସହ ଦ୍ରୁତ ଗାଡି ଚାଳନା ଉପରେ ରୋକ୍ ଲଗାଯାଇ ପାରିବ ବୋଲି ଶ୍ରୀ ପତି କହିଛନ୍ତି।

ଗାନ୍ଧୀ ନଗର ଛକରେ ବଢୁଛି ଦୁର୍ଘଟଣା ହମ୍ପସ୍ ନିର୍ମାଣ କରାଯାଉ କାହ୍ନୁ ଚରଣ ପତି ଙ୍କ ଦାବିReplyForwardAdd reaction
You might also like
error: Content is protected !!