ରେଳ କର୍ମଚାରୀମାନଙ୍କୁ ବହୁବିଧ ଲାଭ ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଏବଂ ଆକ୍ସିସ୍ ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ।

    ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଏକ୍ସିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିବା ରେଳ କର୍ମଚାରୀମାନଙ୍କୁ, ରେଳ ସେବା ପ୍ୟାକେଜ୍ (RSP) ଅଧୀନରେ ବହୁବିଧ ସୁବିଧା ପ୍ରଦାନ କରିବା ପାଇଁ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଆକ୍ସିସ୍ ବ୍ୟାଙ୍କ ସହିତ ଏକ ବୁଝାମଣାପତ୍ର (MOU) ସ୍ୱାକ୍ଷର କରିଛି। ରେଳ ସେବା ପ୍ୟାକେଜ୍ ବିଶେଷ ଭାବରେ ରେଳ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ପ୍ରମୁଖ ବୈଶିଷ୍ଟ୍ୟ ସହିତ ଡିଜାଇନ୍ କରାଯାଇଛି, ଯାହା କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ବହୁ ପରିମାଣରେ ଲାଭ ପହଞ୍ଚାଇବ।

    ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ଖୋର୍ଦ୍ଧା ରୋଡ଼ଙ୍କ ଉପସ୍ଥିତିରେ, ଶ୍ରୀ ଆର.ଏନ୍.ଏ. ପରିଡା, ଖୋର୍ଦ୍ଧା ରୋଡ଼ ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଏବଂ ଶ୍ରୀ ବିପ୍ଳବୀ ପଟ୍ଟନାୟକ, ସର୍କଲ୍ ହେଡ୍/ଆକ୍ସିସ୍ ବ୍ୟାଙ୍କ/ଓଡ଼ିଶାଙ୍କ, ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

       ରେଳ ସେବା ପ୍ୟାକେଜ୍ (RSP) ଅଧୀନରେ, କର୍ମଚାରୀମାନେ ଦେଶର ଯେକୌଣସି ସ୍ଥାନରେ ଆକ୍ସିସ୍ ବ୍ୟାଙ୍କର ସମସ୍ତ ଶାଖାରେ ସେମାନଙ୍କର ଆକାଉଣ୍ଟ କାରବାର କରିପାରିବେ। ଡ୍ୟୁଟି ସମୟରେ / ଡ୍ୟୁଟି ବାହାରେ ମୃତ୍ୟୁ ଘୋଟିଲେ କର୍ମଚାରୀମାନେ 100 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ପାଇବେ ଏବଂ ବ୍ୟକ୍ତିଗତ ଦୁର୍ଘଟଣା କ୍ଷେତ୍ରରେ ସ୍ଥାୟୀ ଏବଂ ଆଂଶିକ ଅକ୍ଷମତା ପାଇଁ ବୀମା ସୁବିଧାକୁ ଅନ୍ତର୍ଭୁକ୍ତ କରିବ। ଏହା 60 ବର୍ଷ ବୟସ ପର୍ଯ୍ୟନ୍ତ, ପ୍ରାକୃତିକ ମୃତ୍ୟୁ ପାଇଁ, 10 ଲକ୍ଷ ଟଙ୍କା ବୀମା ମଧ୍ୟ କଭର କରିବ।

 ଏହି ବୁଝାମଣାପତ୍ର ଅନ୍ତ୍ରଗତେ, କର୍ମଚାରୀମାନେ ସେମାନଙ୍କ ପିଲାମାନଙ୍କ ଅଧ୍ୟୟନ ପାଇଁ ଆକ୍ସିସ୍ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ଶିକ୍ଷାଗତ ସୁବିଧା ପାଇପାରିବେ। ରୁପା ଡେବିଟ୍ କାର୍ଡ, ବରଗୁଣ୍ଡି ୱାର୍ଲ୍ଡ ଡେବିଟ୍ କାର୍ଡ ଏବଂ ପ୍ରାୟୋରିଟି ପ୍ଲାଟିନମ୍ ଡେବିଟ୍ କାର୍ଡ ସମସ୍ତ କର୍ମଚାରୀଙ୍କୁ ମାଗଣାରେ ପ୍ରଦାନ କରାଯିବ। ବୁଝାମଣାପତ୍ରର ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ସମସ୍ତ ବ୍ୟାଙ୍କରେ ମାଗଣା ଅସୀମିତ କାରବାର, ମାଗଣା ଅନଲାଇନ୍ NEFT/RTGS କାରବାର, ଶୂନ୍ୟ ଖୋଲା ଜମା ଏବଂ ହାରାହାରି ମାସିକ ବାଲାନ୍ସ ଆବଶ୍ୟକତା ନାହିଁ, ବର୍ଦ୍ଧିତ ଦୈନିକ ଉଠାଣ ଏବଂ ସପିଂ ସୀମା, ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, ପେ-ଟୁ-ପେନସନ୍, SMS ବ୍ୟାଙ୍କିଂ, ଋଣ ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ।

You might also like
error: Content is protected !!