ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ

ବାଲିଗୁଡା,୨୬/୦୬:(ସୁକାନ୍ତ କୁମାର ତ୍ରିପାଠୀ]କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୫ ଦିନ ପରେ ଅଣସର ଘରୁ ବାହାରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏହି ଅପରୂପ ବେଶରେ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା । ପରମ୍ପରା ଅନୁସାରେ ସ୍ନାନପୂର୍ଣ୍ଣିମାଠାରୁ ଅଣସର ଘରେ ଜ୍ୱରରେ ପୀଡିତ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନବଯୌବନ ଦର୍ଶନ ପାରମ୍ପରିକ ରୀତିନୀତି ପୂଜକ ମାନଙ୍କ ଦ୍ୱାରା ସଂପନ୍ନ ହୋଇଥିଲା। ପ୍ରତ୍ୟୁଷରେ ଦ୍ୱାରପିଟା ପରେ ପଟ୍ଟିଦିଅଁ ବିସର୍ଜନ କରାଯାଇଥିଲା। ପଣା ସମର୍ପଣ, ବିମ୍ବସ୍ନାନ, ତଡପଲାଗି, ସର୍ବାଙ୍ଗ, ବେଶ, ଷୋଡଶ ଉପଚାରରେ ବାଳଭୋଗ ଲାଗି ସହିତ ପୂଜା ଆଳତୀ ପରେ ନବଯୌବନ ଦର୍ଶନ ନିମନ୍ତେ ଦ୍ୱାର ଉନ୍ମୁକ୍ତ କରାଯାଇଥିଲା। ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କର ଅପରୂପ ନବଯୌବନବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ଦର୍ଶନ କରି ବିଭୋର ହୋଇଯାଇଥିଲେ । ସମସ୍ତ ପୂଜକଙ୍କ ସମେତ ଅନ୍ୟ ସେବାୟତମାନେ ଶ୍ରୀ ଜୀଉଙ୍କର ସମସ୍ତ ପୂଜାନୀତି ସମ୍ପାଦନରେ ସହଯୋଗ କରିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ତରଫରୁ ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ସେହିପରି ବାଲିଗୁଡା ସମେତ ଆଖ ପାଖ ଅଞ୍ଚଳ ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗବାଡି, କ.ନୂଆଗାଁ, ରାଇକିଆ, ଜି.ଉଦୟଗିରି ଅଞ୍ଚଳ ରେ ମଧ୍ୟ ଯଥା ରୀତିନୀତି ଅନୁସାରେ ଶ୍ରୀ ଜଗନ୍ନାଥଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

You might also like
error: Content is protected !!