ବାଲିଗୁଡା,୨୬/୦୬:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା କ ନୂଆଗାଁ ପୋଲିସ ପକ୍ଷରୁ ଗତକାଲି ରାଇକିଆ ଛକ ଠାରେ ଚଢ଼ାଉ କରି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି |ଅଭିଯୁକ୍ତ ମହିଳା ଦୁଇ ଜଣଙ୍କ ନାମ ହେଲା ରାଇକିଆ ଥାନା ଅଞ୍ଚଳର ପ୍ରିୟଙ୍କା ଦିଗାଲ ଓ ମାନସୀ ଦିଗାଲ |ସୂଚନା ପ୍ରକାରେ ଥାନା ଅଧିକାରୀ ଅଶୋକ କୁମାର ହାଁସଦl ଙ୍କ ନେତୃତ୍ୱରେ ଏସ ଆଇ ଅଶୋକ ତ୍ରିପାଠୀ ରାଇକିଆ ଛକ ନିକଟରେ ପେଟ୍ରଲିଙ୍ଗ କରୁଥିବା ବେଳେ
ଅଭିଯୁକ୍ତ ଦୁଇ ମହିଳା ବ୍ୟlଗ ଧରି ବସ୍ କୁ ଅପେକ୍ଷl କରିଥିଲେ | ଯାଞ୍ଚ ବେଳେ ଉଭୟଙ୍କ ଠାରୁ 8 କେଜି ଗଂଜେଇ ଜବତ କରାଯାଇଥିଲା | ତହସିଲଦାର ଆନନ୍ଦ କୁମାର ପଣ୍ଡା ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା | ଏନେଇ ଥାନ ରେ 107 /25 ରେ ଏନ ଡି ପି ଏସ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଂସଦା ସୂଚନା ଦେଇଛନ୍ତି |