ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର 

ବ୍ରହ୍ମପୁର,(ବିଚିତ୍ର ସାହୁ);-

ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ,ବ୍ରହ୍ମପୁର ଦ୍ୱାରା ବୁଧବାର ( ୨୫. ୬. ୨୫ ) ପୁରୁଣା ବ୍ରହ୍ମପୁର ଅନ୍ତର୍ଗତ ୱାର୍ଡ ନଂ ୧୧, ବାଉରୀ ସାହି କମ୍ୟୁନିଟି ହଲ ପରିସରରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ‘ମୌଳିକ କର୍ତ୍ତବ୍ୟ’ ଏବଂ ‘ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ‘ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଏସିଜିଏମ ବ୍ରହ୍ମପୁର ଶ୍ରୀ ମୁସାରାତ୍ତ ଜ଼ହିମ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ, ସଦସ୍ୟା ଡ଼ଃ ମିନାକ୍ଷୀ ଦେବୀ, ଦୁଇ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ, ପେନେଲ ଓକିଲ ସଂଗ୍ରାମ ପ୍ରଧାନ ଙ୍କ ସମେତ ୧୧ ନଂ ୱାର୍ଡବାସିନ୍ଦା ଉପସ୍ଥିତ ରହିଥିଲେ 

You might also like
error: Content is protected !!