ପାଠ୍ୟ ପୁସ୍ତକରେ ପୋକ୍ସ ଆଇନ କେବେ?

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଓଡ଼ିଆ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟ ପୁସ୍ତକରେ ପୋକ୍ସ ଆଇନ ବିଷୟ ଅନ୍ତର୍ଭୁକ୍ତ କରାଯାଉ l

୨0୧୨ ପୋକ୍ସ ଆଇନ ଦେଶରେ ଲାଗୁ ହୋଇଥିଲେ ମଧ୍ୟ ଓଡିଶା ରେ ଏହା କେବଳ ଓକିଲ,ପୁଲିସ ଓ ନ୍ୟାୟାଳୟ ଭିତରେ ହିଁ ସିମୀତ ରହିଯାଇଅଛି l ଏହାର ବ୍ୟାପକ ସଚେତନତା ର ଅଭାବ ରହିଛି l ପୋକ୍ସ ଆଇନ ରେ ବନ୍ଧା ହୋଇଥିବା ଅଧିକାଂଶ ଅଭିଯୁକ୍ତ ଯୁବକ ଅଟନ୍ତି l ସେମାନେ ଅପହରଣ,ବଳାତ୍କାର ଓ ନାବାଳିକା ଗଣଧର୍ଷଣ କରିଲେ ପୁଲିସ ବାନ୍ଧି କି ନେବ, ନ୍ୟାୟଳୟ ରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି l ଏକଥା ସଚେତନତା ଅଭାବ ଯୋଗୁଁ ସେମାନେ କିଛି ଜାଣନ୍ତି ନାହିଁ l ବର୍ଷବର୍ଷ ଧରି କାରାଗାର ରେ ସେମାନେ ସଢୁଛନ୍ତି l ସେପଟେ ଅନ୍ୟ ଏକ ଯୁବଗୋଷ୍ଠୀ ଅଛନ୍ତି ପ୍ରେମରେ ପାଗଳ ହୋଇ ୧୮ ବର୍ଷ ରୁ କମ ବୟସ ହୋଇଥିବା ନାବାଳିକା ମାନଙ୍କୁ ବିବାହ ହେବା ନିମନ୍ତେ ଉଠାଇ ନେଉଛନ୍ତି l ପରବର୍ତ୍ତୀ ମୁହୁର୍ତ୍ତରେ ପୋକ୍ସ ଆଇନରେ ଛନ୍ଦି ହୋଇଯାଉଛନ୍ତି l ସେହିପରି ନାବାଳିକା ପ୍ରେମିକା ମଧ୍ୟ ପୋକ୍ସ ଆଇନ ବିଷୟରେ ସଚେତନତା ନାହାନ୍ତି l ପୁରୁଷ ବନ୍ଧୁଙ୍କ ସହିତ ଘରଛାଡି ଯାଇ ପୋକ୍ସ ଆଇନର ଜାଲରେ ପ୍ରେମିକ କୁ ଛନ୍ଦି ପକାଉଛନ୍ତି l ଏଣୁ ଏହାର ବ୍ୟାପକ ସଚେତନତା ଲାଗି ଓଡ଼ିଆ ପାଠ୍ୟ ପୁସ୍ତକରେ ପୋକ୍ସ ଆଇନ ବିଷୟରେ ଅନ୍ତର୍ଭୁକ୍ତ କରାଯାଉ l ଫଳରେ ଶିଶୁ ଯୌନ ନିର୍ଯ୍ୟାତନା, ନାବାଳିକା ଗଣଧର୍ଷଣ, ଅପହରଣ, ଅସଦାଚରଣ ଓ ବଳାତ୍କାର ବହୁ ମାତ୍ରାରେ କମିଯାଇଥାନ୍ତା ବୋଲି ଗଞ୍ଜାମ ଓକିଲ ସଂଘ ସଭାପତି

ମନୋଜ ପଟ୍ଟନାୟକ ପତ୍ର ଲେଖିଛନ୍ତି l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ସେ ଲେଖିଥିବା କୁହାଯାଇଛି 

You might also like
error: Content is protected !!