ମ୍ୟାନେଜର, ଏକ୍ରାମ ଡିଭିଜନ ପକ୍ଷରୁ ପ୍ରେରିତ ହୋଇଥିଲେ ମଧ୍ୟ ଦୀର୍ଘ ୬ ମାସ ମଧ୍ୟରେ କୋଣସି କାର୍ଯ୍ୟାନୁଷ୍ଠାନ. ଗ୍ରହଣ କରା ଯାଇ ନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି
କଣ୍ଟିଲୋ,(ପ୍ରଭାକର ଶିରୋମଣି):-
ଉଲ୍ଲେଖ ଯୋଗ୍ୟ, ଏ ଦିଗରେ ନୟାଗଡ ବିଜୁଳି ବିଭାଗ କର୍ତ୍ତ୍ତୃପକ୍ଷ ସମୂହ ସ୍ୱାର୍ଥ କୁ ଗୁରୁତ୍ୱ ନଦେଇ ଅଯଥାରେ ବ୍ୟୟ ଅଟକଳ କରିବାରେ ଟାଳଟୁଳ ନୀତି କରୁଥିବାରୁ ମନ୍ଦିରରେ ବିଜୁଳି ସଂଯୋଗ ନହେବା କାରଣରୁ ଲିଫ୍ଟ ନିଷ୍କ୍ରିୟ ହୋଇ ପଡିଥିବାରୁ ଦୂର ଦୁରାନ୍ତର ରୁ ଆସୁଥିବା ବୟସ୍କ ବୃଦ୍ଧ ଓ ମହିଳା ଯାତ୍ରୀ ପାହାଚ ରେ ଚଢି ଯାଇ ପାରୁନଥିବା ଅଭିଯୋଗ ହେଉଛି l ସୂଚନା ଯୋଗ୍ୟ ଗତ. ମାର୍ଚ୍ଚ ୨୪ ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କ କଣ୍ଟିଲୋ ଗସ୍ତ ସମୟରେ ଅସ୍ଥାୟୀ ଭାବରେ ବିଜୁଳି ସଂଯୋଗ କରାଯାଇଥିଲା ଓ. ରାଷ୍ଟ୍ରପତି ଯିବା ଦୁଇ ଦିନ ପର ଠାରୁ ଲିଫ୍ଟ ଅଚଳ ହୋଇ ପଡ଼ିଥିବା ଦେଖା ଯାଇଛି l
କେଉଁ କାରଣରୁ ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନାରେ ଅନ୍ତର୍ଭୁକ୍ତ ଏହି ପ୍ରକଳ୍ପ କୁ ବାରମ୍ବାର ଅନୁରୋଧ କରିବା ସତ୍ୱେ ବିଜୁଳି ବିଭାଗ କର୍ତ୍ତ୍ତୃପକ୍ଷ ନିରବୀ ଯାଇଛି ଏହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସମୂହ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବରିଷ୍ଠ ଶ୍ରଦ୍ଧାଳୁଙ୍କର ଦୟନୀୟ ପରିସ୍ଥିତିକୁ ହୃଦୟଙ୍ଗମ କରି ନୟାଗଡ ବିଜୁଳି ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି. l
ସୂଚନା ଯୋଗ୍ୟ, ବ୍ୟୟ ଅଟକଳ ରିପୋର୍ଟ ପ୍ରସ୍ତୁତ କରିବା ବିଳମ୍ବ ହେଉଥିବା ଘଟଣା ସମ୍ବନ୍ଧରେ ଲୋକ ଲୋଚନକୁ ଆଣିବା ପାଇଁ ନୟାଗଡ ବିଜୁଳି ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ମୋବାଇଲ ଯୋଗେ ଯୋଗାଯୋଗ କରାଯାଉଥିଲେ ମଧ୍ୟ କୌଣସି ଉତ୍ତର ମିଳୁନଥିବା ଜଣା ଯାଇଛି